ହାତୀ ଆକ୍ରମଣରେ ପୁଣି ଜଣେ ମୃତ
ଅନୁଗୋଳ – ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅନ୍ତର୍ଗତ ବସଲା ଲୋକେଇପଶି ଗ୍ରାମରେ ଜଣେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାମ ଦିବାକର ସାହୁ (୫୫)। ସୂଚନା ମୁତାବକ ସେ ଶୌଚ କରିବା ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଛି। ଆଜି ସକାଳେ ଘଟଣା ସ୍ଥଳରେ ମୃତଦେହ ପଡ଼ିଥିବା ବେଳେ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଖବର ଲେଖା ହେବା ବେଳକୁ ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ନଥିଲେ। ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ବାରମ୍ବାର ମୃତ୍ୟୁ ଘଟୁଥିବା ବେଳେ ସାଧାରଣରେ ଆତଙ୍କ ଖେଳି ଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-21.jpg)
