ଓଡିଶା ଟ୍ୟାଙ୍କ ଟ୍ରକ ମାଲିକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟେରିଂ ଛାଡ଼ ଆନ୍ଦୋଳନ ଓ ଧର୍ମଘଟ ପ୍ରସଙ୍ଗ କୁ ନେଇ ସାମ୍ବାଦିକ ସମ୍ମିଳନୀ। ଆନ୍ଦୋଳନ ରେ ଡିଜେଲ ଓ ପେଟ୍ରୋଲ ଭଳି ଆବଶ୍ୟକୀୟ ସାମଗ୍ରୀର ଗାଡି ରାସ୍ତା ଉପରେ ଠିଆ ହୋଇ ରହିଛି। ଯଦି ଡିଜେଲ ଓ ପେଟ୍ରୋଲ ପରିବହନ ବନ୍ଦ ହୋଇ ଯାଏ ତାହାଲେ ଆମ୍ବୁଲାନ୍ସ ସେବା , ଦମକଳ ସେବା , ପୋଲିସ ଗାଡି ଭଳି ଜରୁରୀକାଳୀନ ସେବା ଠପ ହୋଇଯିବ। ତେଣୁ ଏଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ତେଣୁ ସରକାର ,ପ୍ରଶାସନ ଓ ଡ୍ରାଇଭର ମହାସଂଘ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି। ଟ୍ୟାଙ୍କ ଗାଡି କୁ ନ ଅଟକାଇବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଧ୍ୟାନ ଦିଅନ୍ତୁ।।ନଚେତ ଆଗାମୀ ଦିନରେ ସାଧାରଣ ଜନତା ବହୁ ଅସୁବିଧା ର ସମ୍ମୁଖୀନ ହେବେ।
କଟକରୁ ପ୍ରଦୀପ୍ତ କୁମାର ଘଡେ଼ଇ




