ଆସନ୍ତା ୨୫ ତାରିଖରେ ବାଇକ୍ ବନ୍ଦ ଡାକରା
ସୋସିଆଲ ମିଡିଆରେ ଘୁରି ବୁଲିଲା ଡାକରା
ଆଜିକାଲି ଅନେକ ସୋସିଆଲ ମିଡିଆରେ ଏପରି ପୋଷ୍ଟ କରନ୍ତି, ଯାହାକି କାନ ଶୁଣି ନଥିବା କଥା। ନିକଟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଜର ୧୦ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି ଜଣାଇବା ସହ ସାରା ରାଜ୍ୟରେ ଷ୍ଟେରିଂ ଛାଡ ଆନ୍ଦୋଳନ କରିଥିଲେ। ଦୀର୍ଘ ଦିନ ଧରି ସରକାର ତାଙ୍କର ଦାବି ପୁରଣ କରିନଥିବା ବେଳେ ଆଗାମୀ ତିନି ମାସ ପରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର। ତେବେ ସରକାର ଡ଼୍ରାଇଭର ଭାଇ ମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।
ସେ ଯାହା ହେଉ, ସରକାର ଦାବି ପୁରଣ କରନ୍ତୁ କି ନ କରନ୍ତୁ, ଏବେ କିନ୍ତୁ କେହି ଜଣେ ବାଇକ୍ ଚାଳକ ଭାଇ ଓଡ଼ିଶା ବାଇକ୍ ସଂଘ ସୃଷ୍ଟି କରିଛନ୍ତି। ଏହି ବାଇକ୍ ଚାଳକ ସଂଘ ପଞ୍ଜିକୃତ ସଂସ୍ଥା କି ନୁହଁ ତାହା ଜଣା ପଡିନାହିଁ। ମାତ୍ର ଆସନ୍ତା ୨୫ ତାରିଖରେ ବାଇକ୍ ଚାଳକ ମାନଙ୍କୁ ନେଇ ମହା ବନ୍ଦ୍ ଡାକରା ଦେଇଛନ୍ତି। ଏଥିରେ ସମସ୍ତ ବାଇକ୍ ଚାଳକ ମାନଙ୍କୁ ଅଧିକ ମାତ୍ରାରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରସ୍ତୁତ ସରିଛି। ସରକାର ଆମ ଦାବି ନ୍ୟାର୍ଯ୍ୟ ଦାବି ତୁମେ ମାନିନିଅ ବୋଲି ଉଲ୍ଲେଖ ରହିଛି। ତେବେ ଏଭଳି ମଜାଳିଆ ପୋଷ୍ଟ କୁ ବାଇକ୍ ଚାଳକ କେତେ ହାଲକାରେ ଗ୍ରହଣ କରିଛନ୍ତି।
କହିବା ବାହୁଲ୍ୟ ଡ୍ରାଇଭର ମହାସଂଘ ବନାମ ବାଇକ୍ ଚାଳକ ସଂଘ ନା କଣ।
ତେବେ ଏଭଳି ମଜାଳିଆ ପୋଷ୍ଟ ପାଇଁ creator ଙ୍କୁ କେତେ ମାର୍କ ମିଳିବ?




