ପାକିସ୍ତାନରେ ବଡ ଧରଣର ଭୂମିକମ୍ପର ଝଟ୍କା ଲାଗିଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରହିଥିବା ସୂଚନା ମିଳିଛି । ବେଶ୍ କିଛି ସମୟ ଧରି ପାକିସ୍ତାନ, ଆଫଗାନିସ୍ତାନ ସମେତ ଭାରତର ବିଭିନ୍ନ ରାଜ୍ୟରେ ଝଟ୍କା ଅନୂଭୁତ ହୋଇଛି । ଭାରତର ଦିଲ୍ଲୀ, ପଞ୍ଜାବ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ସମେତ ଆଉ କିଛି ରାଜ୍ୟ ଥରିଛି ।
ସେହିଭଳି ପାକିସ୍ତାନ ସମେତ ତାଜିକସ୍ତାନ, ଚୀନରେ ମଧ୍ୟ ଭୂକମ୍ପ ଝଟ୍କା ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଜାମ୍ମୁ କାଶ୍ମୀର ସମେତ ଦିଲ୍ଲୀ ଏନସିଆର୍, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ସମେତ ଆଉ କିଛି ରାଜ୍ୟରେ ଝଟ୍କା ଅନୁଭୂତ ହୋଇଛି । କ୍ଷୟକ୍ଷତି ନେଇ ସୂଚନା ନାହିଁ ।
ଉଦ୍ଧାରକାରୀ ଟିମ୍ଙ୍କୁ ପଠାଯାଉଛି । ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିବା କୁହାଯାଉଛି । କିଛି କିଛି ସ୍ଥାନରେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଭୂମିକମ୍ପର ତୀବ୍ରତାରେ ଦିଲ୍ଲୀର ଶାକରପୁରରେ ଏକ ବିଲଡିଂ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
(ସୋର୍ସ news)




