ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧକ୍ଷ୍ୟ ଯେଉଁ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ଓ ବିଭିର୍ଣ ସମୟରେ ଏଲ.ଏ.ପି ୧୯୮ସଭ୍ୟ ସଭ୍ୟା ଙ୍କୁ ବୈଠକ ଡାକି ଯେଉଁ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ସେହି ବିଷୟ କୁ ନେଇ ଆଜି ବୈଠକରେ ସଙ୍ଘ ତରଫରୁ ଘୋର ନିନ୍ଦା କରାଯାଇଅଛି ।
ଗତ କିଛି ମାସ ତଳେ ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ସାଂସଦ ମାନ୍ୟବର ଶ୍ରୀ ମହେଶ ସାହୁ ଓ ଏଲ.ଏ.ପି୧୯୮ ର ପ୍ରତିନିଧି ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ନାଲକୋର ପାରିପାର୍ଶ୍ଵିକ ଅଞ୍ଚଳରେ ବିଭିର୍ଣ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହିତ ନାଲକୋ ଦ୍ୱାରା କ୍ଷତିଗ୍ରସ୍ଥ ପ୍ରଜା କିପରି ନାଲକୋରେ ଠିକାଭିତିକ ନିଯୁକ୍ତି ପାଇବେ ସେ ବିଷୟରେ ଆଲୋଚନା ହୋଇଥିଲା l ଉକ୍ତ ପରିପେକ୍ଷୀରେ ବିଗତ ଦିନରେ ନାଲକୋର ଅଧ୍ୟକ୍ଷଙ୍କ ଅନୁଗୋଳ ଗସ୍ଥକୁ ସଂଘ ପକ୍ଷରରୁ ଘୋର ବିରୋଧ କରାଯାଇଥିଲା ।ଢେଙ୍କାନାଳ ସାଂସଦ ଦିଲ୍ଲୀ ଗସ୍ତ ପୂର୍ବରୁ ନାଲକୋର ଉଚ୍ଚସ୍ଥ ପ୍ରଶାସନିକ ଅଧିକାରୀ ଙ୍କ ସହିତ ସାଂସଦ ମାନ୍ୟବର ଶ୍ରୀ ମହେଶ ସାହୁ ଏକ ଗୁରୁତ୍ୱପୂର୍ଣ ବୈଠକ ନାଲକୋର ଅତିଥି ଭଵନରେ କରାଇଥିଲେ ।ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ନିର୍ଦେଶ ଦେଇଥିଲେ ଯେ, ଯଥା ଶୀଘ୍ର ଏଲ.ଏ.ପି୧୯୮ ଙ୍କର ଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରିବା ସହିତ,ପାରିପାର୍ଶ୍ଵିକ ଉନ୍ନୟନ ପ୍ରକଳ୍ପ ଗୁଡିକର କାର୍ୟ୍ଯ ଆରମ୍ଭ କରିବା ପାଇଁ ।ଏଥିରେ ନାଲକୋ ପ୍ରଶାସନ ସହମତ ପ୍ରକାଶ କରି ଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ଢେଙ୍କାନାଳ ସାଂସଦ ଶ୍ରୀ ସାହୁଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ନକରି ନାଲକୋ ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ଓ ନାଲକୋର ବରିଷ୍ଠ ଅଧିକାରୀ କହିଲେ ଏହି ବିଷୟରେ ଆମେ କିଛି ଜାଣିନୁ ଏହି ବିଷୟରେ ଚିନ୍ତା କରିବୁ ।ଏହି ପ୍ରତିଶ୍ରୁତି କୁ ନେଇ ସଙ୍ଘ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଯେ କୌଣସି ସମୟରେ ନାଲକୋକୁ କୋଇଲା ପାଣି ବନ୍ଦ କରିବା ସହିତ, ସମସ୍ତ ପ୍ରବେଶ ପଥ କୁ ବନ୍ଦ କରିବା ସହିତ ସପରିବାର ଓ ଗାଈ ଗୋରୁ ବାନ୍ଧି ଆନ୍ଦୋଳନ କରାଯିବ ବୋଲି ସଙ୍ଘର ସାଧାରଣ ବୈଠକରେ ସ୍ଥିର ହୋଇଥିଲା ।




