(ତିର୍ତୋଲ ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ )
ଜଗତସିଂହପୁର
ତା =25/3/23
ଜଗତସିଂହପୁର ଜିଲ୍ଲା ତିର୍ତୋଲ ମଣିଜଙ୍ଗା ସ୍ଥିତ ମା ନାରାୟଣୀ ଙ୍କ ମନ୍ଦିର ପରିସରରେ ସମବାୟ ସମିତି ପକ୍ଷରୁ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ତିର୍ତୋଲ କୃଷି ସେବା ସମବାୟ ସମିତି ର ସଭାପତି ତଥା ଅବସରପ୍ରାପ୍ତ ସେନାଅଧକାରୀ ସୁଶାନ୍ତ ଚରଣ ସାହୁ ଙ୍କ ପୌରାହିତ୍ୟ ରେ ଆୟୋଜିତ ଋଣ କର୍ମଶାଳା ରେ ତିର୍ତୋଲ ସମବାୟ ବ୍ୟାଙ୍କ ର ମ୍ୟାନେଜର ଫକୀର ଚରଣ ସ୍ବାଇଁ | ବରିଷ୍ଠ ଅଧିକାରୀ ରଞ୍ଜିତ କୁମାର ସାହୁ | ସମିତିର ଉପସଭାପତି ରଶ୍ମିତା ମହାପାତ୍ର | ବରିଷ୍ଠ ନାଗରିକ ଶ୍ରୀବତ୍ସ ପ୍ରାସାଦ ସାହୁ | ଶିବ ପ୍ରସାଦ ବେହେରା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ତିର୍ତୋଲ ଅଞ୍ଚଳର ସର୍ବପୁରାତନ ବ୍ୟାଙ୍କ ତିର୍ତୋଲ ସମବାୟ ବ୍ୟାଙ୍କ ମାଧ୍ୟମରେ କୃଷିର ବିକାଶ ଓ କୃଷକମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଏହି ବ୍ୟାଙ୍କ ନିରନ୍ତର କାର୍ଯ୍ୟ କରିଆସୁଛି |ଏହି ସମବାୟ ବ୍ୟାଙ୍କ ରେ ସବୁଶ୍ରେଣୀର କୃଷକମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା କୁ ପ୍ରତିଶୃତି ବଧ ବୋଲି ବ୍ୟାଙ୍କ ର କର୍ମଚାରୀ ଅରୁଣ କୁମାର ଜେନା ମତବ୍ୟକ୍ତ କରିଥିଲେ | ଏହି ରିଣ କର୍ମଶାଳା ରେ ଶତାଧିକ ସଂଖ୍ୟାରେ SHG ର ମହିଳା ମାନେ ଅଂଶଗ୍ରହଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



