ବିଦୁସ ବେହେରା ଅନାଥ ପିଲା, ପାଗଳ ଅବସ୍ଥା ରେ ବଂଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛି !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମର ବିଦୂଷ ବେହେରା ପାଗଳ ଅବସ୍ଥା ରେ ବଂଚିବା ପାଇଁ ସଂଘର୍ଷ କରୁଛି !ବିଦୂଷ କୁ ପ୍ରାୟ 35ବର୍ଷ ହବ,ସେ ଛୋଟ ବେଳେ ବହୁତ ସୁନ୍ଦର ଥିଲା ଭଲ ମଣିଷ ଟିଏ ବି ମଧ୍ୟ ଥିଲା !ସମୟ ବିତିଲା ସେ ବଡ଼ ହେଲା ବାପା ମାର ଏକମାତ୍ର ଗେଲ୍ହା ପୁଅ ! ପାଠ ପଢି ବାହାରେ ଡିଉଟି କରୁଥିଲା ବାପା ଦିନମଜୁରିଆ ଯାହା ମୁଲ ଲାଗି ଆଣତି ମା ପୁଅ ଚଳତି ବିଦୂଷ ବି ମଧ୍ୟ ଟଙ୍କା ରୋଜଗାର କରୁଥିଲା !କିନ୍ତୁ ହଠାତ ଜୀବନ ରେ ଦୁଃଖ ଆସିଗଲା ବିଦୂଷ ପାଗଳ ହୋଇଗଲା ! ବାପା ମା ବହୁତ ଚେଷ୍ଟା କରିଥିଲେ ପୁଅକୁ ଭଲ କରିବା ପାଇଁ କିନ୍ତୁ ବିଦୂଷ ଆଉ ଭଲ ହେଲା ନାହିଁ !ହଠାତ ବାପା ଆରପାରିକୁ ଚାଲିଗଲେ ପାଗଳ ପୁଅକୁ ରଖି ମା ଲାଳନ ପାଳନ କରି ସରକାର ଙ୍କ ତରଫରୁ ମିଳୁଥିବା ରାସନ ଚାଉଳ ଖାଇ ଚଳୁଥିଲେ !ବିଦୂଷ ର ଭାଗ୍ୟ ଏତେ ଖରାପ ଯେ ମା ବି ମଧ୍ୟ ଆରପାରିକୁ ଚାଲିଗଲେ ସତରେ ଭଗବାନ କେଡେ ନିଷ୍ଠୁର !ପ୍ରାୟ ପାଞ୍ଚ ବର୍ଷ ହବ ବିଦୂଷ ଗାଧଉନାହିଁ ସଫା ହଉନାହିଁ ପାଗଳ ହୋଇଯାଇଛି !ରାସନ ଚାଉଳ ମିଳୁଛି ସେଇ ଚାଉଳ କୁ ନେଇ ବବା ମାମା ରୋଷେଇ କରିଦେଛନ୍ତି ଖାଉଛି !କିନ୍ତୁ ବଂଚିବା ପାଇଁ ଘର ଖଣ୍ଡିଏ ନାହିଁ ବହୁତ କଷ୍ଟରେ ରହୁଛି, ଅନାଥ ପିଲାଟିଏ ସିଏ ପାଗଳ ଅବସ୍ଥା ରେ ରହୁଛି !ସରକାର ଯଦି ବିଦୁସ ର ଦୁଃଖ ଶୁଣି କିଛି ପଦକ୍ଷେପ ନିୟନ୍ତେ ଭଲ ହୁଅନ୍ତା !ଭଲ ମେଡିକାଲ ରେ ଚିକିତ୍ସା କରି ଭଲ କରିଦିଅନ୍ତେ, ସରକାର ଙ୍କ ତରଫରୁ ଘର ଖଣ୍ଡିଏ ଦିଅନ୍ତେ ଭଲ ହୁଅନ୍ତା !ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଓଡିଶା ଭାସ୍କର ଲାଇଭ !




