ରାଉରକେଲା : ଘରୋଇ ବସ ଦୁର୍ଘଟଣାରେ ୨ ମୃତ , ୨୦ ଆହତ।।
୪ ଗୁରୁତର ଜେପି ହସପିଟାଲରେ ଭର୍ତ୍ତି

ରାଉରକେଲା : ୨୭/୩ ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା ଏକ ଘରୋଇ ବସ ଚାନ୍ଦିପୋଷ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ ଜଣ ପ୍ୟାସେଞ୍ଜର ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଗୁରୁତର ଆହତଙ୍କୁ ରାଉରକେଲା ଜେପି ହସପିଟାଲ ପଠାଯାଇଛି। ଅନ୍ୟ ଆହତ ମାନେ ସହରର ବିଭିନ୍ନ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା ପ୍ରଭା ବସ ସୋମବାର ଭୋରୁ ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ନିକଟରେ ଦ୍ୱର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ହାଇଭା ଗାଡିକୁ ପଛପଟୁ ବସଟି ପିଟି ଦେଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସପିଟାଲରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ବହୁ ବସ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ।




