ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ନୂଆହତା ଗ୍ରାମବାସୀ
ପୂର୍ବରୁ ଗ୍ରାମ ସରପଞ୍ଚ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟନୂଆହତା ସୁଫଳା ହୋଇନି
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମର କିଛି ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦୃଶ୍ୟା ଦେଖିବାକୁ ମିଳିଥିଲା। ଗ୍ରାମ ପୁର୍ବତନ ସରପଞ୍ଚ କାର୍ତ୍ତିକେଶ୍ଵର ସାମଲ ଓ ବ୍ଲକ୍ କଂଗ୍ରେସ ସଭାପତି ଦୁଷ୍ମନ୍ତ ଦଳବେହେରାଙ୍କ ନେତୃତ୍ବରେ ଗ୍ରାମବାସୀ ମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପସ୍ଥିତ ହୋଇଛନ୍ତି। ସୂଚନା ଯେ, ନୂଆହତା ଛକ ଠାରୁ ବାଇପାସ୍ ପର୍ଯ୍ୟନ୍ତ ଗ୍ରାମ କୁ ଲାଗୀ ୫୫ ନମ୍ବର ବାଇପାସ୍ ରାଜରାସ୍ତାର ଦୁଇ ପାର୍ଶ୍ଵ ରେ ନୂତନ ଡ୍ରେନ୍ କାର୍ଯ୍ୟ କରାଯାଉଛି। ଭୂମି ଠାରୁ ପ୍ରାୟ ୫ ଫୁଟ ଉଚତା ରେ କରାଯାଇଛି। ଗ୍ରାମବାସୀ ମାନେ ରାଜରାସ୍ତା କୁ ବାହାରିବା ପାଇଁ, ସ୍କୁଲ କୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବା ପାଇଁ, ଡାକ୍ତରଖାନା କୁ ରୋଗୀ ଙ୍କୁ ନେବା ପାଇଁ ପାଖାପାଖି ୩ ଗ୍ରାମବାସୀ ବହୁତ ଅସୁବିଧା ହେବାକୁ ପଡୁଛି। ଗ୍ରାମରୁ ରାଜରାସ୍ତା କୁ ବାହାରିବା ପାଇଁ ହେଲେ ପ୍ରାୟ ୩ କିଲୋମିଟର ବୁଲାଣି ଦେଇ ଯିବା ଆସିବା କରୁଛନ୍ତି ଗ୍ରାମବାସୀ। ଏ ବାବଦ ରେ କଣ୍ଟ୍ରାକ୍ଟର ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ। ଯାଥା ଶୀଘ୍ର ଏହି ସମସ୍ୟା ସମାଧାନ ନ ହେଲେ ରାଜରାସ୍ତା କୁ ଓହ୍ଲାଇବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।




