3ଟି ବେଆଇନ୍ ଗୋରୁ ବୋଝେଇ ପିକଅପଭେନ ଜବତ: 30ରୁ ଅଧିକ ଗାଈ ଉଦ୍ଧାର


ତାଳଚେର :- ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡା ନିକଟରୁ 3 ଟି ପିକଅପଭେନରୁ ପ୍ରାୟ 30ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । କିଛିଦିନ ହେବ ଅନୁଗୋଳ ଅଞ୍ଚଳରୁ ନିୟମିତ ଗୋଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରି ଅନେକ ଗୋଚାଲାଣ ଗାଡି ଓ ଲୋକଙ୍କୁ ଧରୁଥିଲେ ମଧ୍ୟ ଗୋରୁ ମାଫିଆମାନେ ଗୋଚାଲାଣ ବ୍ୟବସାୟରୁ ଓହରୁ ନାହାଁନ୍ତି । କାଲି ସୋମବାର ଦିନ ରାତି12 ସମୟରେ କଟକ ଢେଙ୍କାନାଳ ଅଞ୍ଚଳରୁ ଦଦରା ଘାଟି ଅଭିମୁଖେ ଯାଉଥିବା 3 ଟି ବେଆଇନ ଗୋରୁ ବୋଝେଇ ପିକଅପଭେନକୁ ତାଳଚେର ସନ୍ଥପଡା ନିକଟରୁ ସ୍ଥାନୀୟ କିଛି ଯୁବକମାନେ ସନ୍ଥପଡ଼ା ସରପଞ୍ଚ ସହଦେଵ ସାହୁ ଙ୍କୁ ଜଣାଇଥିଲେ l ସହଦେଵ ସାହୁ ଥାନା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ସେଠୀ ଙ୍କୁ ଜଣାଇଥିଲେ ତତ୍ ସଙ୍ଗେ ଥାନା ଅଧିକାରୀ ଷ୍ଟାଫ୍ ପଠାଇଥିଲେ ଏବଂ ବଜରଙ୍ଗୀ ଦଳର କର୍ମୀ ଓ ସ୍ଥାନୀୟ ଲୋକମାନେ ପିକଅପଭେନକୁ ଧରିବାରେ ସଫଳ ହେଇଥିଲେ । 3 ଟି ପିକଅପଭେନକୁ ଜବତ କରିଛି କିନ୍ତୁ ଡ୍ରାଇଭର ଗାଡିଛଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା l ଗୋରୁ ବୋଝଇ ପିକଅପଭେନକୁ ଥାନାକୁ ନେବା ସହ ପିକଅପଭେନ୍ ରେ ଥିବା 30ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଅନୁଗୋଳ ରେ ଥିବା ଗୋଶାଳାରେ ଛାଡିଥିବା ଦେଖିବାକୁ ମିଳିଛି l ପ୍ରତ୍ୟେକ ଦିନ ବେଆଇନ୍ ଗୋ ଚାଲାଣ ହେଉଥିଲେ ମଧ୍ୟ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଲୋକେ ଦେଖି ଚୁପ ରହୁଛନ୍ତି l ହିନ୍ଦୁ ସମ୍ପ୍ରଦାୟରେ ଗାଈଙ୍କୁ ନିଜର ମାଆ ବୋଲି ପୂଜା କରାଯାଏ l ତଥାପି ହିନ୍ଦୁ ସମ୍ପ୍ରଦାୟର ଲୋକେ ଚୁପ ରହିବାଟା ବଡ଼ ନିନ୍ଦନୀୟ ବିଷୟ । ଏହି ଗୋଚାଲାଣକୁ ବନ୍ଦ କରି ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାପାଇଁ ସନ୍ଥପଡା ସରପଞ୍ଚ ଶ୍ରୀଯୁକ୍ତ ସହଦେଵ ସାହୁ , ବଜରଙ୍ଗୀ ଦଳର କର୍ମୀଙ୍କ ସହ ସ୍ଥାନୀୟ ଲୋକେ ପୁଲିସ ବିଭାଗକୁ ଅନୁରୋଧ କରିଛନ୍ତି ।
ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l
JBN News




