ଆଦିଶକ୍ତି ଯୁବ ପରିଷଦର ସପ୍ତମ ବାର୍ଷିକ ମହୋତ୍ସବ ୨୦୨୩ ପାଳିତ।

ଟାଙ୍ଗି – କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦିଶକ୍ତି ଯୁବ ପରିଷଦର ସପ୍ତମ ବାର୍ଷିକ ମହୋତ୍ସବ ୨୦୨୩ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ, ସମାଜସେବୀ,ଶିଶୁ ପ୍ରତିଭା, ସ୍ୱଚ୍ଛାସେଵୀ ସଂଗଠନ, ପ୍ରକୃତି ସୁରକ୍ଷାକାରୀ , ଶିକ୍ଷକ,କଵି, ସାମ୍ବାଦିକ, ଲେଖକ, କ୍ରୀଡାବିତ୍, ସୂଚନାଧିକାର କର୍ମୀ, ଡାକ୍ତର ତଥା ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସଂପାଦକ ନାରାୟଣ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୁଵ ସମାଜସେବୀ ଈ ପ୍ରଦୀପ ବେହେରା, ମୂଖ୍ୟ ବକ୍ତା ଭାବରେ ଯୁବ ନେତା ହିମାଂଶୁ ମହାନ୍ତି, ସମାଜସେବୀ ଶ୍ରୀମତୀ ସସ୍ମିତା ଦାସ, ଆନଦ ପୋଦାର ,ଅଭୟ କୁମାର ଦାସ, ବିଜୟ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ଅଶୋକ କୁମାର ମହାନ୍ତି, ପରିଷଦର ଉପଦେଷ୍ଟା ଅଭିଳାଷ ଚନ୍ଦ୍ର ସାହୁ, ସଭାପତି ସୁନାକର ଖୁଣ୍ଟିଆ ଅତିଥି ଭାବରେ ଯୋଗଦେଇ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରିଥିଲେ। ପରିଷଦର ଉପସଭାପତି ଡଃ ପ୍ରଣବା ନନ୍ଦ ଦାସ, ଉପଦେଷ୍ଟା ମହେନ୍ଦ୍ର ନାୟକ ଏବଂ ଶିକ୍ଷାବିତ ବିଭୁତି ଭୁଷଣ ସାହୁ ମଞ୍ଚ ପରିଚାଳନା କରିଥିଲେ। ଯୁବ ପରିଷଦର ମହେନ୍ଦ୍ର ନାୟକ, ସଞ୍ଜିବ କୁମାର ଜେନା, ପ୍ରଦୀପ ନାୟକ, ଗଗନ ମହାପାତ୍ର, ହରେକୃଷ୍ଣ ସାହୁ, ଦୀପକ ଖୁଣ୍ଟିଆ, ରତ୍ନାକର ନାୟକ, ଦୁର୍ଗା ଚରଣ ଖୁଣ୍ଟିଆ, ସଚିତ୍ରା ନନ୍ଦ ରାଉତ,ଦୀପକ ସାହୁ, ପୁଷ୍ପାଞ୍ଜଳି ଦାସ, ବିଷ୍ଣୁ ରାଉତ,ମାନସ ସାହୁ , ବଲ୍ଲଭ ସ୍ୱାଇଁ, ଵଵିତା ନାୟକ ଙ୍କ ସହିତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।




