ନନ୍ଦଘର ଠାରେ ପତ୍ରଖଲି ତିଆରି ତାଲିମ ଅନୁଷ୍ଠିତ 
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ଗ୍ରାମପଞ୍ଚାୟତ ଅଧିନସ୍ତ ବାନିଗାଁ ଓ ହରେକୃଷ୍ଣପୁର ଗ୍ରାମ ପଞ୍ଚାୟତର ଭାଟଗୁଡ଼ା ନନ୍ଦଘର ଠାରେ ପୃଥକ୍ ଭାବେ ୬୦ ଜଣ ମହିଳା ମାନଙ୍କୁ ବେଦାନ୍ତର C, S,R ଏବଂ External Affairs ର ମୁଖ୍ୟ ଶ୍ରୀ ବିଭୁନେନ୍ଦୁ ପଣ୍ଡାଙ୍କ ତତ୍ୱାବଧାନରେ ଶାଳ ପତ୍ରରେ ଖଲି ତିଆରି କରିବା ନେଇ ତାଲିମ୍ ଦିଆଯାଇଥିଲା। ନନ୍ଦଘର କମିଟି ସଭ୍ୟା ତଥା ମହିଳା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ଭି କରିବାପାଇଁ ଏଫ୍ ଏମ୍ ସି. ଅନୁଷ୍ଠାନ ତରଫରୁ ବେଦାନ୍ତ ନନ୍ଦଘର ଓ ପିସିଆଇ ସହାଭାଗିତାରେ ଉକ୍ତ ତାଲିମ ପ୍ରଦାନ କରାଯାଇଥିଲା l ତାଲିମ ଦାତ୍ରୀ ଭାବେ ବବିତା ସାହୁ, ରେବତୀ ପଧାନ ଯୋଗଦେଇ ତାଲିମ ପ୍ରଦାନ କରିଥିବାବେଳେ ନନ୍ଦଘର କ୍ଲଷ୍ଟର ସଂଯୋଜକ ଶିଶିର ପୂଝାରୀ, ଶୁଭଲକ୍ଷ୍ମୀ ମହାନ୍ତି, ପ୍ରମୋଦ ସାହୁଙ୍କ ସମେତ ଏଫ୍ଏମ୍ ସି ର ସଂଯୋଜକ ହିମାଂଶୁ ଶେଖର ରାଉତରାୟ, ସି ଆର ପି ପିତାମ୍ବର ହରିଜନ,ମଧୁ ହରିଜନ ସହ ବେଦାନ୍ତର ଜୟଶ୍ରୀ ଡ଼ି ପ୍ରମୁଖ ଏହି ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ବିଶେଷ ସହଯୋଗ କରିଥିଲେ l ଏହି ନନ୍ଦଘର ଗୁଡ଼ିକରେ ବିଶ୍ୱ ମହିଳା ଦିବସ,ଜଳ ଦିବସ ମଧ୍ୟ ସ୍ଥାନୀୟ ଲୋକଙ୍କ ସହଯୋଗରେ ପାଳିତ ହୋଇ ଯାଇଛି l
କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ୍




