ଜରି ପଞ୍ଚାୟତରେ ବର୍ଷା ଓ ପବନରେ ବିଭିନ୍ନ ପ୍ରକାର ଫସଲ ଓ ଘର ଭାଙ୍ଗି ରୁଜି ଯାଇଛି


ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତରେ ହୋଇଥିବା ପ୍ରବଳ ବର୍ଷା ଓ ପବନରେ ବିଭିନ୍ନ ପ୍ରକାର ଫସଲ ଯଥା,ବିରି,ମୁଗ,ବାଦାମ,ତରକୁଜ ଓ କାକୁଡି ଆଦି ଫସଲ ନଷ୍ଟହୋଇ ଯାଇଥିବାରୁ ଚାଷି ମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷି ମାନେ ଧାରକରଜ କରି ଫସଲ ଲଗେଇ ଥିଲେ । ବର୍ଷା ପବନରେ ନଷ୍ଟହୋଇ ଯାଇଥିବାରୁ ଚାଷୀ ମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସେମାନଙ୍କୁ ସାହାଯ୍ୟ କରିବାପାଇଁ।ଏବଂ ନୁଆମାହାରା ପୋଲ ପାଖରେ ଘରକରି ରହୁଥିବା ଅତିଗରୀବ ଶ୍ରେଣିୟ ଲୋକ ଦୁର୍ଯ୍ୟୋଧନ ମଲିକ ପିତା ଜଗବନ୍ଧୁ ମଲିକଙ୍କର ଘର ସଂପୂର୍ଣ୍ଣ ପବନରେ ଭାଙ୍ଗି ରୁଜି ଯାଇଥିବା ପ୍ରକାଶ। ଏବଂ ଆଜବେଷ୍ଟସ ସବୁ ପବନରେ ବହୁ ଦୁରକୁ ଉଡେଇ ନେଇଥିବା ଜଣାପଡିଛି।ସେମାନେଙ୍କର ଏପରି ଅବସ୍ଥାରେ ସରପଞ୍ଚ ନନ୍ଦକିଶୋର ମଲ୍ଲିକ,କୁଳମଣୀ ମଳିକ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସେମାନଙ୍କୁ ସାହାଯ୍ୟ କରିବାପାଇଁ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




