ଅନୁଗୋଳ ଜିଲ୍ଲାରେ ମା ହିଙ୍ଗୁଳା ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ : ଆଜି ଅଗ୍ନି ରୁପା “ମା” ହିଙ୍ଗୁଳାଙ୍କ ।ତାଳଚେର ଓ ବଳରାମପ୍ରସାଦ ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି “ମା” ଅଗ୍ନିରୂପ ରେ ବିରାଜ ମାନ କରିଛନ୍ତି ,ଯାହା ଆଜି ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ଅଭଡ଼ା ମଧ୍ୟ ବନ୍ଦ ।ଜଗନ୍ନାଥଙ୍କ ରୋଷେଇ ଘରେ ଯେଉଁ ଅଗ୍ନି ସଂଯୋଗ ହୁଏ ସେହି “ମା” ହିଙ୍ଗୁଳା ଆଜି ତାଳଚେର ରେ ଗୋପାଳଗଡ଼ ଓ ବଳରାମପ୍ରସାଦ ଗ୍ରାମରେ ଅଗ୍ନି ରୂପରେ ଉଭା ହୋଇଛନ୍ତି । ମା ହିଙ୍ଗୁଳା ଙ୍କ ଏହି ମହୋତ୍ସବରେ ପାଖା ପାଖି ୨୦ ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ମା ହିଙ୍ଗୁଳାଙ୍କର ଆଲମ ଦିଅ ଘରୁ ପଟୁଆର ହୋଇ ଗ୍ରାମ ସାରା ଶୋଭାଜାତ୍ରାରେ ଆସି ମନ୍ଦିରରେ ବିଜୟ କରିବା ପରେ ପୂଜା ଅର୍ଚ୍ଚନା କରାଯାଇଥିଲା । କାଳୀସି ଆସିବା ପରେ ମା ଙ୍କ ଆଲମ ଉଭା ସ୍ଥଳୀରେ ବିଜୟ କରି ଆହୁତି ଗ୍ରହଣ କରିଥିଲେ । ଏହି ମହୋତ୍ସବ ଟିକୁ ହିଙ୍ଗୁଳା ସାନ୍ତି କମିଟି ଶାନ୍ତି ସୃଖଂଳାର ସହ ପରିଚାଳନା କରିଛନ୍ତି । ସେହିପରି ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋପାଳ ପ୍ରସାଦ ଗ୍ରାମରେ ବିଶ୍ଵ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ବଡ଼ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଯାତ୍ରା ବା ସମାରୋହ ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା କୁ ମାଙ୍କ ଚଇତ ପର୍ବ ବୋଲି କୁହାଯାଏ। ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି।




