ବୁଧବାର ଅନୁଗୋଳ ଜିଲ୍ଲାରେ ବଡ଼ ଧରଣର ଜିଏସଟି ରେଡ୍ ହୋଇଛି। ମିଳିଥିବା ଖବର ଅନୁସାରେ ତାଳଚେର ଓମ୍ ରୋଡୱେଜ ଏବଂ ବି ଭି ଟ୍ରେଡ଼ର୍ସ ନାମକ ଦୁଇଟି ଫାର୍ମର ୪ଟି ସ୍ଥାନରେ ଜି.ଏସ୍.ଟି ରେଡ଼ ହୋଇଛି । ସୂଚନା ଅନୁଯାୟୀ କୋଟି କୋଟି ଟଙ୍କାର ଟିକସ ଫାଙ୍କି ଥିବା ସନ୍ଦେହ କରାଯାଉଛି।
ଓମ୍ ରୋଡ୍ ୱେଜ ଏବଂ ବିଭି ଟ୍ରେଡ଼ର୍ସ ଆଢୁଆଳରେ ଏକାଧିକ ବ୍ୟବସାୟ କରୁଥିବା ପ୍ରମାଣ ପାଇଛି ଜିଏସଟି ଟିମ୍ ।
ଏହି ଦୁଇଟି ଫାର୍ମରେ ଚଢାଉ ସମୟରେ ରବର ଷ୍ଟାମ୍ପ ସହ ବ୍ଲାଙ୍କ ଚେକ, ଲେଟର ହେଡ଼, ଟାକ୍ସ ଇନଭଏସ୍ ସହ ଲାପଟପକୁ ଜବତ କରାଯାଇଛି । ମଙ୍ଗଳବାରଠାରୁ ଜିଏସ୍ଟିର ୨୫ ଜଣିଆ ଟିମ ରେଡ୍ ଜାରି ରଖିଛି । ଏହି ଦୁଇ ଫାର୍ମ କୋଟି କୋଟି ଟଙ୍କାର ଟିକସ ଫାଙ୍କି କରିଥିବା ସନ୍ଦେହ କରିଛନ୍ତି ଜିଏସଟି କର୍ତ୍ତୃପକ୍ଷ ।



