ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ । ଦ୍ବିତୀୟ ପର୍ଯ୍ୟାୟରେ ଦିନ ଟିଏ ବି ଚାଲିପାରିଲାନି ଲୋକସଭା । ଶେଷ ଦିନରେ ବି ହଙ୍ଗାମା ଯୋଗୁଁ ଲୋକସଭାକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟସଭାକୁ ଦିନ ୨ଟା ଯାଏଁ ମୁଲତବି କରିଦିଆଯାଇଛି ।
ପାର୍ଲାମେଣ୍ଟରେ ଦିନଟିଏ ବି ଗୃହକାର୍ଯ୍ୟ ସ୍ବାଭାବିକ ହୋଇ ନଥିବା ବେଳେ ଏ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ।
ସରକାରଙ୍କ ଅହଂକାର ଯୋଗୁଁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଦୌ ଗୃହ ଚାଲିପାରି ନଥିବା ବେଳେ ଆଜି ଏ ନେଇ ତ୍ରିରଙ୍ଗା ମାର୍ଚ୍ଚ କରିବେ ବିରୋଧୀ । ଜାଣିଶୁଣି ବିଜେପି ସାଂସଦ ଗୃହ ଚଳାଇ ଦେଇ ନଥିବା ବେଳେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଜେପି ସଂସଦର ମର୍ଯ୍ୟାଦା ହାନି କରିଛି ବୋଲି କଂଗ୍ରେସ କହିଛି । ସଂସଦ ପରିସରରୁ ବିଜୟ ଚୌକ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି କରିବେ ବିରୋଧୀ ।
ବିଜୟ ଚୌକରେ ବିରୋଧୀ ସାଂସଦ ପ୍ରେସମିଟ କରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଆଜି ଉଭୟ ଗୃହ ମୁଲତବୀ ହେବା ପରେ ତ୍ରିରଙ୍ଗା ମାର୍ଚ୍ଚ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା କେ ସି ବେଣୁଗୋପାଳ କହିଛନ୍ତି । ବିରୋଧୀ ଆଦାନୀ ପ୍ରସଙ୍ଗରେ ଆଲୋଚନା ଚାହୁଁଥିବା ବେଳେ ସରକାର ଏହାର ବିରୋଧ କରି ଗୃହ ଚଳାଇ ନଦେବା ନିନ୍ଦନୀୟ । ଜନତାଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ ତ୍ରିରଙ୍ଗା ଯାତ୍ରା କରିବେ ବିରୋଧୀ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
