ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ମା ମଙ୍ଗଳାଙ୍କ ଝାମୁଯାତ୍ରା ଉପଲକ୍ଷେ ଭାଗିରଥି କ୍ଲବ ପକ୍ଷରୁ ଦହି ପାଣି ବଣ୍ଟନ
ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଚୈତ୍ର ପୂର୍ଣ୍ଣିମା ଓ ମା ମଙ୍ଗଳାଙ୍କ ଝାମୁଯାତ୍ରା ମାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ହଜାର ହଜାର ପୁରୁଷ ଓ ମହିଳା ଭକ୍ତ ଉପସ୍ଥିତ ଥିଲେ। ଭାଗିରଥି କ୍ଲବ ତରଫରୁ ଦୁଇହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ଦହିପଣା ଏବଂ ଥଣ୍ଡା ପାନୀୟ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଦିପ୍ତିରଞ୍ଜନ ସେଠୀ , ଉପସଭାପତି ସୈମ୍ୟରଞ୍ଜନ ପାଢ଼ୀ, ସମ୍ପାଦକ ବିଜୟ କୁମାର ବେହେରା, ଭାଗିରଥି କ୍ଲବ ର କର୍ମକର୍ତ୍ତା ରଞ୍ଜିତ ସେନାପତି,ସୁବ୍ରତ କୁମାର ଜେନା,ମନୋଜ କୁମାର ସେନାପତି, ସୁବ୍ରତ କୁମାର ମୁଦୁଲି , ବିକାଶ କୁମାର ସାହୁ, ସୈାମ୍ୟ ପରିଡ଼ା, ପିତମ ରାହୁଳ, ପ୍ରିୟବ୍ରତ ପ୍ରଧାନ ଏବଂ ଅମିତ୍ ନନ୍ଦ, ନିହାର ରଞ୍ଜନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିଥିଲେ




