( ବାଲିକୁଦା ମହାବିଦ୍ୟାଳୟ ର 44ତମ ବାର୍ଷିକ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =6/4/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ମହାବିଦ୍ୟାଳୟ ର 44ତମ ବାର୍ଷିକ ଉଛବ ମହାବିଦ୍ୟାଳୟ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | ବାଲିକୁଦା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ନାୟକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାଂସଦ ଡ଼କ୍ଟର ରାଜଶ୍ରୀ ମଲ୍ଲିକ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଯ୍ୟଳନ କରି 44ତମ ବାର୍ଷିକ ଉଛବ କୁ ଉଦଘାଟନ କରିଥିଲେ | ମହାବିଦ୍ୟାଳୟ ଅଧକ୍ଷ୍ୟ ଦେବେନ୍ଦ୍ର ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ମୁଖ୍ୟ ବକ୍ତା ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ତଥା ଯୁବ ଆଇନୀଜୀବି ପ୍ରକାଶ ଚନ୍ଦ୍ର ପ୍ରଧାନ | ସଂମ୍ମାନିତ ଅତିଥିଭାବେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ | ଏହି ଉପଲକ୍ଷେ ମହାବିଦ୍ୟାଳୟ ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର, ପୁଷ୍ପଗୁଛ,ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ |ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



