ଅରୁଣୀପ୍ରଭା ସାମଲଙ୍କ ଅଷ୍ଟମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଓ ଅରୁଣୀ ପ୍ରଭା ମେମୋରିଆଲ ସମ୍ମାନ ୨୦୨୩ ପ୍ରଦାନ
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବଣିଆପାଳ ର ଲେଙ୍କା ସାହିର ଅରୁଣୀ ପ୍ରଭା ସାମଲଙ୍କ ଅଷ୍ଟମ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଭକ୍ତିଭାବପୂର୍ଣ୍ଣ ଶ୍ରାଦ୍ଧଞଳି ଓ ଅରୁଣୀ ପ୍ରଭା ମେମୋରିଆଲ ସମ୍ମାନ ୨୦୨୩ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଅବିସ୍କୃତା ଅରୁଣୀପ୍ରଭା ନାମକ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ବରୁଣେଶ୍ଵର ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମହାପାତ୍ର ଓ ଜୟନ୍ତି ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।ଶିଶିର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଧିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ର। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ନନ୍ଦକିଶୋର ସାମଲ,ପ୍ରସନ୍ନ କୁମାର ରାଉତ, ଡଃ ଶ୍ରୀହରି ଧଳ, ଅଜୟ କୁମାର ଓଝା, ସୁଶାନ୍ତ କୁମାର ନାୟକ, ତ୍ରିଲୋଚନ ବେଉରିଆ,। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷାବିତ ଓ ସମାଜସେବୀ ପରିବେଶବିତ୍ ପରୋପକାରୀ ରବିନ୍ଦ୍ର କୁମାର ପରିଡ଼ା। ଅରୁଣୀ ପ୍ରଭା ସାମଲଙ୍କ ଇଛା ଓ ଆଦର୍ଶ ଅନୁଯାୟୀ ଅରୁଣି ପ୍ରଭା ମେମୋରିଆଲ ଟ୍ରଷ୍ଟ ଗଠନ ହୋଇ ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଉନ୍ନତି ଓ ମେଧା ବୃତ୍ତି ପ୍ରଦାନ।ଏହି ଉପଲକ୍ଷେ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଅରୁଣୀ ପ୍ରଭା ମେମୋରିଆଲ ଟାଲେଣ୍ଟ ସଚ ସ୍କଲାରସିପ ପ୍ରଦାନ ଏବଂ ପ୍ରବନ୍ଧ,ତର୍କ, ସଂଗିତ,ନୂତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥି ମାନେ ପ୍ରକାଶ କରିଥିଲେ ଯେ ଅରୁଣୀ ପ୍ରଭା ସାମଲ ଉଚ୍ଚଶିକ୍ଷିତା, ସମାଜସେବୀ ପରିବେଶବିତ୍ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିଲେ। ତାଙ୍କ ଉଦ୍ୟମରେ ବହୁ ଲୋକଙ୍କୁ ଶିକ୍ଷିତ କରିଥିଲେ।ଓ ଅନୁଷ୍ଠାନ ମାନଙ୍କ ସହିତ ଜଡିତ ଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ବହୁ ଲୋକଙ୍କୁ ଶିକ୍ଷିତ କରିପାରିଥିଲେ ।ଏହି ଅବସରରେ ଭକ୍ତିଭାବପୂର୍ଣ୍ଣ ଶ୍ରାଦ୍ଧଞଳି ଅତିଥି ମାନେ ପ୍ରଦାନ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




