ମନରେଗା କାର୍ଯ୍ୟ ରତ ଥିବା ଶ୍ରମିକଙ୍କୁ କାର୍ଯ୍ୟରୁ ରଦ୍ଦ କରା ଯାଇ ଥିବା ଶ୍ରମିକଙ୍କ ଅଭିଯୋଗ

ଗୋଳାମୁଣ୍ଡା/୬/୪/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଖଟିଖିଆ ଓ କୁଳିମଞ୍ଜୁରିଆ ମାନଙ୍କୁ ନରେଗା କାର୍ଯ୍ୟ ଯୋଗାଇଦେଇଛନ୍ତି, ହେଲେ ପଞ୍ଚାୟତ ଅଧୀନରେ ଥିବା ଗ୍ରାମ୍ୟ ରୋଜଗାର ସେବକ ଓ ପିଇଓଙ୍କ ମନମୁଖୀ ଯୋଗୁଁ ଶହ ଶହ କାର୍ଯ୍ୟରତ ଶ୍ରମିକ କାମ ନ ପାଇ ଭୋକ ଉପାସରେ ଆଶ୍ରୟନେଉଛନ୍ତି ବୋଲି ଆଜି ଗଣମାଧ୍ୟମ ପ୍ରତିନିଧିଠାରେ ଅଭିଯୋଗ କରିଛନ୍ତି, ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯେ,ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫୁଣ୍ଡା ପଞ୍ଚାୟତର ଖୋଦ ଫୁଣ୍ଡା ଗ୍ରାମର ପ୍ରାୟ ଶହେଜଣ କାର୍ଯ୍ୟ ରତ ଶ୍ରମିକ ଦୁଇମାସ ହେଉଛି କାମ ନ ପରିବାରଙ୍କ ପ୍ରତିପୋଷଣ ରେ ବାଧାପ୍ରାପ୍ତ ହୋଇଛି ବୋଲି ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯଦିଓ ଉପଜିଲ୍ଲାପାଳ ତୁରନ୍ତତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ବାହାର ଦେଶକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଯିବୁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି,ଯଦିଓ କୌଣସି ପ୍ରକାର ଦୁର୍ଘଟଣା ଘଟେ ତେବେ ବ୍ଲକ ପ୍ରଶାସନ ଦାୟୀ ବୋଲି କହିଛନ୍ତି, ଏବଂ ଏହାର ସତ୍ୟା ସତ୍ୟ ଘଟଣା ସମ୍ପର୍କରେ ତଦନ୍ତ ନେଇ ପଞ୍ଚାୟତ କର୍ମଚାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ ତେବେବାଧ୍ୟ ହୋଇ ଉପଜିଲ୍ଲାପାଳ ସଂମୁଖରେ ଧାରଣା ଦେବୁ ବୋଲି କହିଛନ୍ତି,ଏହି ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓ ପିଇଓ ଙ୍କୁପରାମର୍ଶ ନେଇଥିଲୁ,ସେ କହିଛନ୍ତି ଏବିପିଆରବ୍ୟାଙ୍କରେ ସୋ କରୁ ନାହିଁ ବୋଲି କହିଛନ୍ତି,ସ୍ଥାନୀୟ ସରପଞ୍ଚ ଙ୍କୁ ଫୋନରେ ଯୋଗା ଯୋଗ କରି ଥିଲେ ବି ଉଠାଇ ନ ଥିଲେ,
କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ନିୟୁଜ ଜାଗ୍ରଭାରତ




