ଡିପିଏସ୍ ପାରଂଟ୍ ଆସୋସିଏସନ୍ର ବୈଠକ
ଢେଙ୍କାନାଳ, ୯/୪: ସ୍ଥାନୀୟ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଡିପିଏସ୍ ପ୍ୟାରେଟ୍ ଆସୋସିଏସନ୍ ତରଫରୁ ଶିକ୍ଷାବର୍ଷର ଆରମ୍ଭରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶିକ୍ଷାବର୍ଷରେ ସ୍କୁଲ୍ର ପାଠ୍ୟକର୍ମକୁ କିପରି ସୁଚାରୁ ରୂପେ ପାଳନ କରାଯିବ, ସେ ବିଷୟରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ । ଏନ୍ସିଇଆର୍ଟି ବହି ପ୍ରଚଳନ ପାଇଁ ମତପ୍ରକାଶ ପାଇଥିଲା । ବହି ସହିତ ଖାତାକୁ ବାଧ୍ୟତାମୂଳକ ନେବା ପାଇଁ ସ୍କୁଲ୍ର ନିର୍ଦ୍ଦେଶକୁ ସମସ୍ତ ଅଭିଭାବକମାନେ ଘୋର ବିରୋଧ କରିଥିଲେ । ଏହି ନିୟମକୁ ଲାଗୁ ନକରିବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ଉକ୍ତ ସଭାରେ ପ୍ରୀତିରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିଲେ । ଅଭିଭାବକମାନଙ୍କ ମଧ୍ୟରେ ପ୍ରକାଶ କୁମାର ନାୟକ, ପ୍ରକାଶ ମହାନ୍ତି, ଶେଖର ଚନ୍ଦ୍ର ସେଠୀ, ସୁଜିତ୍ ଦାମ, ପ୍ରତାପ କୁମାର ସାହୁ, ଅଶ୍ବିନୀ ପଟ୍ଟନାୟକ, ପ୍ରତାପ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ ।




