ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।
୪ ଗୋଟି ଥାନା ଅଞ୍ଚଳରେ ପୋଲିସ ନିଦ ହଜେଇ ଥିବା ପାଞ୍ଚ ଜଣ ନାବାଳକ ଙ୍କ ସମେତ ଚାରି ଚୋର କୁ ବନ୍ତଳା ପୋଲିସ ଗିରଫ କରି ସେମାନଙ୍କ ଠାରୁ ବହୁ ଚୋରି ସମାଗ୍ରୀ କୁ ଜବତ କରିବାରେ ସଫଳତା ପାଇଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇ ଗୋଟି ବାଇକ୍, ଗୋଟିଏ ଟାବଲେଟ, ବହୁ ସଂଖ୍ୟକ ମୋବାଇଲ, ବିଦ୍ୟୁତ୍ ଉପକରଣ, ଗ୍ୟାସ୍ ଟାଙ୍କି ଅନ୍ତଭୃକ୍ତ ଅଟେ। ନାବାଳକ ଚୋର ମାନେ ଗଞ୍ଜେଇ ପରି ନିଶାରେ ଚୁର୍ ହେବା ପରେ ଅନୁଗୋଳ ଜିଲ୍ଲା ର ପୁରୁଣାକୋଟ, ଜରପଡ଼ା, ଅନୁଗୋଳ ସଦର ଏବଂ ବନ୍ତଳା ଥାନା ଅଞ୍ଚଳରେ ଥିବା ଦୋକାନ ରୁ ରାତିରେ ଚୋରି କରିଥାନ୍ତି। ଗତକାଲି ବିଳମ୍ବିତ ରାତିରେ ବନ୍ତଳା ଅଞ୍ଚଳରେ ଚୋରି କରୁଥିବା ବେଳେ ବନ୍ତଳା ଥାନା ଏହି ଚୋର ମାନଙ୍କୁ ଗିରଫ କରିଥିଲା।




