କାଉନସିଲରଙ୍କ ପାଇଁ ଓରିଏଣ୍ଟେସନ କର୍ମଶାଳା
ବ୍ରହ୍ମପୁର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର କାଉନସିଲର ଓ ସିଟି ଲିଡର୍ ମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ସ୍ଥାନୀୟ ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଏହାକୁ ଉଦ୍ଘାଟନ କରିଥିଲେ।ଜନସାଧାରଣଙ୍କ ଜୀବନ ଓ ଜୀବିକାରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିବା ସହ ସୁଶାସନ ପ୍ରବର୍ତ୍ତନ ପାଇଁ ପୌର ପ୍ରତିନିଧି ଓ ନଗର ନେତୃବର୍ଗଙ୍କ ଭୂମିକା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ଏହି କର୍ମଶାଳାର ପ୍ରଧାନ ଆଭିମୁଖ୍ୟ ବୋଲି ସେ ଗୁରୂତ୍ଵ ଆରୋପ କରିଥିଲେ। ପୌର ପ୍ରଶାସନର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ସହରାଞ୍ଚଳ ରୂପାନ୍ତରଣ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୮୦୦୦ କୋଟି ଟଙ୍କାର ବ୍ୟୟ ବରାଦ ଥିବାରୁ ଫାଇଭ୍ ଟି ମନ୍ତ୍ରରେ ଅନୁପ୍ରାଣିତ ହେବାକୁ ସେ ପୌର ପ୍ରତିନିଧି ଓ ନଗର ନେତୃବର୍ଗଙ୍କୁ ଆହ୍ଵାନ ଜଣାଇଥିଲେ। ଠିକାଦାର କେନ୍ଦ୍ରିତ ବିକାଶ ଧାରା ଏବେ ଗୋଷ୍ଠୀ କେନ୍ଦ୍ରିତ ଉନ୍ନୟନ ମଡେଲ୍ ରେ ରୂପାନ୍ତରିତ ହେବା ସହ ମିଶନ୍ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘ ମାନେ ପ୍ରମୁଖ ସହଯୋଗୀ ରୂପେ ସାମିଲ ହୋଇଥିବାରୁ ଦୁର୍ନୀତି ମୁକ୍ତ ଓ ସ୍ମାର୍ଟ ସହର ବିକାଶ ଆମର ଧ୍ୟେୟ ହେବା ସହ ଆମର କାର୍ୟ୍ୟ ହିଁ ଆମ ସମୃଦ୍ଧ ଭବିଷ୍ୟତ ପାଇଁ ବୀଜ ବପନ କରିବ ବୋଲି ସେ ମତପ୍ରକାଶ କରିଥିଲେ।
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାରଦା ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ ୨୯ ମଇ ୨୦୧୫ ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ଯୋଗଦାନ ଉପରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ବଳରେ ଆଜି ସେହି ସଦସ୍ୟ ମାନେ ମୁକ୍ତା ଓ ଆହାର ପରି ଗୋଷ୍ଠୀ କେନ୍ଦ୍ରିତ କାର୍ୟ୍ୟକ୍ରମ ମାନଙ୍କରେ ସେମାନଙ୍କ ସକ୍ରିୟ ଯୋଗଦାନ ଜାରି ରଖିଛନ୍ତି ବୋଲି କହିଥିଲେ।ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ପାଇଁ ୱାର୍ଡ଼ ସମୂହର ଉନ୍ନତ କାର୍ୟ୍ୟ ପ୍ରଦର୍ଶନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ଦଳଗତ ମନୋଭାବ ନେଇସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ସହ ଗୋଷ୍ଠୀ ସହଯୋଗରେ ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥାକୁ ଆହୁରି ବ୍ୟାପକ ରୂପେ ପରିବର୍ଦ୍ଧିତ କରିବା ପାଇଁ ସେ ଉପସ୍ଥିତ ପ୍ରତିନିଧିଙ୍କୁ ପ୍ରୋତ୍ସାହିତ କରିଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)