କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ ଏକ ଅଜଣା ଗାଡ଼ି OD09M- 2870 ନମ୍ବର ବିଶିଷ୍ଟ ଏକ ପଲ୍ସର ମୋଟରସାଇକେଲ କୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା,।
ଆହତ ଯୁବକକୁ ବଡ଼ବିଲ ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିବା ସୂଚନା,ଦୁର୍ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା କିନ୍ତୁ ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା,। ଲୋକଙ୍କ ଅଭିଯୋଗ ଅନୁଯାୟୀ ଜାତୀୟ ରାଜପଥ ୫୨୦ରେ ରାସ୍ତା କଡରେ ଅବୈଧ ପାର୍କିଂ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା, ସେମାନେ ବାରମ୍ବାର ପ୍ରଶାସନକୁ ଏନେଇ ଅଭିଯୋଗ କରିଥଲେ ସୁଦ୍ଧା ଫଳ ଶୁନ ବୋଲି କହିଛନ୍ତି। ରାଜରାସ୍ତାରେ ଅବୈଧ ପାର୍କିଂ ଯୋଗୁ ପୁର୍ବରୁ ଅନେକ ଦୁର୍ଘଟଣାମାନ ଘଟି ବହୁତ୍ ଜୀବନ ନଷ୍ଟ ହେବାର ଅନେକ ନଜିର ରହିଛି,। ଆଜିର ଦୁର୍ଘଟଣା ଏତେ ଭୟାନକ ଥିଲାକି ମୃତକଙ୍କ ଶରୀର ଉପରେ ଗାଡ଼ି ଚଢ଼ିଯିବାରୁ ଶରୀରର ଅନେକ ଅଂଶ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା, ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଶୁଣିବାକୁ ମିଳେ।
କେନ୍ଦୁଝର ଜିଲ୍ଲା ଯୋଡା ପ୍ରତିନିଧି ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




