ମାଲିକ ଓ ଗାଈର ଆଶ୍ଚର୍ଯ୍ୟ କଲା ଭଳି ସମ୍ପର୍କ !
ଏ ହେଉଛି ଆଜ୍ଞା ଗୋଟିଏ କାଳୀ ଗାଈର ଏବଂ ମାଲିକର ନିବିଡ଼ ସମ୍ପର୍କ !ଗାଈ ଏବଂ ମାଲିକ ର ସମ୍ପର୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଜ୍ଞା !ଗାଈଟିର ବୟସ ପ୍ରାୟ 8ବର୍ଷ ହବ, ଗାଈ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ସେଇ କାଳୀ ଗାଈ କୁ ମାଲିକ ଅନ୍ୟ ଜଣକୁ ଦେଇଛନ୍ତି ରଖିବା ପାଇଁ କିନ୍ତୁ ଗୋଟିଏ ଆଶ୍ଚର୍ଯ୍ୟ ର କଥା ହେଲା, କାଳୀ ଯେତେ ଯାହା ହେଲେବି ଖାଇବା ପାଇଁ ନିଜ ମାଲିକ ଘରକୁ ସବୁ ଦିନ ଆସେ !ମାଲିକ ଯାହା ରଖିଥାନ୍ତି କାଳୀ କୁ ଖାଇବାକୁ ଦେଇ ଥାନ୍ତି ଆଉ ଗୋଟିଏ ଆଶ୍ଚର୍ଯ୍ୟ ର କଥା ଯଦି ଚରିବା ପାଇଁ ଯାଇ ଥାଏ କାଳୀ,ମାଲିକ ଡାକିଦେଲେ ହଠାତ ମାଲିକ ଙ୍କ ପାଖକୁ ପଳାଇ ଆସେ !ଏତେ ସ୍ନେହ ରେ ରଖି ଥିଲେ ମାଲିକ ଯେ ମାଲିକ କୁ ନ ଦେଖିଲେ କାଳୀ କୁଆଡେ ଯାଏ ନାହିଁ !ଯଦି କେଉଁ ଦିନ ମାଲିକ ର ଦେହ ଖରାପ ହୋଇ ଥାଏ ଜାଣିପାରେ କାଳୀ ସେ ଆଉ କୁଆଡେ ଚରିବାକୁ ଯାଏ ନାହିଁ କାଳୀ ତା ଆଖିରୁ ଲୁହ ଝରାଇ କାନ୍ଦେ !ଏତେ ବୁଦ୍ଧିମତୀ କାଳୀ ଯେ ଚରି ସାରି ଆସିଲା ପରେ ତା ଭାଷାରେ ଡାକି ଡାକି ଆସେ ! ଦିନେ ଗୋଟିଏ ଘଟଣା ଘଟି ଯାଇଛି ଆଜ୍ଞା ମାଲିକ ଘରେ ନଥିଲେ କାଳୀ ଆସି ଖୁଜିଲା କିନ୍ତୁ ପାଇଲା ନାହିଁ ହଠାତ କାଳୀ କଣ କଲା ଜାଣି ଛନ୍ତି ଆପଣ ମାନେ ତା ଭାଷାରେ ଡାକିଲା ଭୋ ଭୋ କାନ୍ଦିଲା ମାଲିକ ଘରୁ ଆଉ କୁଆଡେ ଗଲା ନାହିଁ !କିଛି ସମୟରେ ମାଲିକ ଆସିଲେ ସାଙ୍ଗେ ସାଙ୍ଗେ କାଳୀ ଖୁସି ହୋଇ ଗଲା !ଏହିପରି ଆଜ୍ଞା କାଳୀ ଏବଂ ମାଲିକ ର ସମ୍ପର୍କ !ସେଇ ସମ୍ପର୍କ ବିଷୟରେ କହିଲେ ସରିବ ନାହିଁ ! ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଓଡିଶା ଭାସ୍କର ଲାଇଭ !




