ଗଞ୍ଜାମର ପୋଲସରା ଠାରେ ଶ୍ରମ ମନ୍ତ୍ରୀଙ୍କ
ତତ୍ୱବଧାନରେ ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସ ପାଳିତ.
ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସ. ବିଜୁ ବାବୁଙ୍କ ତିରୋଧାନ ଦିବସକୁ ଗଞ୍ଜାମର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ପାଳିତ ହେଉଛି.ସେହିପରି ଗଞ୍ଜାମର ପୋଲସରା ବସଷ୍ଟାଣ୍ଡ ଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁଙ୍କ ନୀତି ଆଦର୍ଶ ରେ ଆନୁପ୍ରାଣିତ ହେବା ପାଇଁ ଶପଥ ପାଠ କରିବା ସହ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ.




