ଭବାନୀପାଟଣା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସଫଳ
ଭବାନୀପାଟଣା, ସମ୍ବଲପୁର ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ର ପ୍ରତିବାଦ ରେ ଆଜି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ଵୟଙ୍ଗ ସେବକ ସଂଘର ଡାକରାରେ ସକାଳ ଛଅ ଘଣ୍ଟା ରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ବାରଘଣ୍ଟିଆ ବନ୍ଦ ପାଳନ କୁ ସମଗ୍ର କଳାହାଣ୍ଡି ଶାନ୍ତିପୂର୍ଣ୍ଣ ଏବଂ ସ୍ୱତପ୍ରୁତ ଭାବେ ସମର୍ଥନ ଜଣାଇଛନ୍ତି. ସମସ୍ତ ସରକାରୀ, ବେସରକାରୀ, ଘରୋଇ ପ୍ରତିଷ୍ଠାନ, ଦୋକାନ ବଜ଼ାର ବନ୍ଦ ରହିଥିଲା,ଆଜି ସକାଳ ଛଅଟା ରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଭିକ୍ଷୋଭ କାରୀମାନେ ପ୍ଲାକାର୍ଡ ଧରି ଭିଭିନ୍ନ ପ୍ରକାର ନାରାଦେଇ ସହର ପରିକ୍ରମା କରିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଅବରୋଧ କରିଥିଲେ. ଏହି ବନ୍ଦ ପାଳନରେ , ବି. ଜେ.ପି. ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା,ଧନେଶ୍ୱର ମହାପାତ୍ର, ନରହରି ପଟ୍ଟନାୟକ, ଚିତ୍ତରଞ୍ଜନ ପାତ୍ର, ମାନସ ଜେନା, ହର୍ପିତ ସିଂ, ଭଣ୍ଡେସ୍ୱର ମହାପାତ୍ର, ଏକାମ୍ବର ଗହୀର, ପ୍ରମୋଦ ମହାଖୁଡ଼, ମନୋଜ ଅଚାରୀ ଆଦି ସାମିଲ ଥିଲେ ଏହି ରିପୋଟ ପ୍ରସ୍କୃତ ହେବା ପର୍ଯ୍ୟନ୍ତ କୌଣସି ଅପ୍ରିତିକର ଘଟଣା ଘଟି ନଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଥିଲା। ପ୍ରଶାସନ ପକ୍ଷରୁ
କଳାହାଣ୍ଡି ଭବାନୀପାଟଣାରୁ ତିରୁପତି ପାତ୍ରଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ




