ସମଗ୍ର ବିଂଝାରପୁର ରେ ବଡ଼ ଆଡ଼ମ୍ବରରେ ପାଳିତ ହୋଇଯାଇଛି ଭାଇଚାରାର ମହାପର୍ବ ଇଦ୍







ବିଷୟ ______ ଆଜି ହେଉଛି ପବିତ୍ର ପର୍ବ ଇଦୁ ଉଲ ଫିତର । ଏଥିପାଇଁ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକର ବିଭିନ୍ନ ମସଜିଦ ଓ ଇଦଗାରେ ସମୁହ ସମାଜ ପାଠ କରାଯିବା ସହିତ ପରସ୍ପର ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ। ବିଞ୍ଝାରପୁର ବ୍ଳକର ୬ ଟି ଇଦଗା ଓ ମସଜିଦରେ ଇଦୁଲ ଫିଚର ପାଳନ କରାଯାଇଛି। ମୁସଲମାନ ସଂପ୍ରଦାୟର ଧର୍ମାବଲମ୍ବୀଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି ।ଏହି ଇଦ୍ ପର୍ବରେ ନମାଜ ପାଠ କରିବା ପରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରିବାର ପରମ୍ପରା ରହିଛି। ରମଜାନ ମାସର ୩୦ ଦିନ ଉପବାସ ପରେ ଆଜି ଏହି ପର୍ବ ଇଦୁଲଫିତର ପାଳନ କରାଯାଇଛି । ଆନନ୍ଦ ଉଲ୍ଲାସ ସହ ଇଦ୍ ମୁବାରକ ତଥା ଏହି ଭାଇଚାରାର ପର୍ବ ଇଦୁଲଫିତର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତେ ଏହି ଉତ୍ସବକୁ ପାଳନ କରିଥାନ୍ତି। ଯେଉଁ ମାନେ ଉପସ୍ଥିତ ଥିଲେ ସେମାନେ ହେଲେ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ସେଠୀ ଉପାଧ୍ୟକ୍ଷ ସେକ ଏରସାଦ ,ସରପଞ ଶେଖ ମହମ୍ମଦ ସବିର ( ରାଜା), ଇ ଲାଏକ ଅଲ୍ଲି ଖାଁ,ସରପଞ ନିଶିପ୍ରଭା ଜେନା , ସଞ୍ଜୟ କୁମାର ମଲ୍ଲିକ, ବିଂଝାରପୁର ସରପଞ୍ଚ ଆଶାଲତା ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ଓ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ ଉପସ୍ଥିତ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





