ତାଲା ଭାଙ୍ଗି ଗ୍ରାମକୁ ପାନୀୟ ଜଳଯୋଗାଣ ପମ୍ପ ଚଳାଇଲେ ମହିଳା।
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମରେ ତିନି ମାସ ଧରି ପାନୀୟ ଜଳ ପ୍ରକଳ୍ପରେ ତାଲା ଝୁଲୁଥିଲା। ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର,ଭାଗବତପୁର, ପିଢ଼ସାହି ପ୍ରମୁଖ ତିନୋଟି ସାହିକୁ ଗତ ତିନି ମାସ ଧରି ପାନୀୟ ଜଳଯୋଗାଣ ବନ୍ଦ ରହିଥିଲା। ପ୍ରକଳ୍ପରେ ତାଲା ପଡିଥିବା ନେଇ ଏବଂ ଗ୍ରାମକୁ ପାଣି ଯୋଗାଣ କରିବା ପାଇଁ ଗ୍ରାମବାସୀ ମାନେ ବହୁ ବାର ସରପଞ୍ଚ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ସବୁଆଡ଼ୁ ନିରାଶ ଆଜି ଗ୍ରାମର ମହିଳା ମାନେ ଏକତ୍ର ହୋଇ ତାଲା ଝୁଲୁଥିବା ପାନୀୟ ଜଳ ପ୍ରକଳ୍ପ ନିକଟକୁ ଯାଇ ତାଲା ଭାଙ୍ଗି ପାଣି ପମ୍ପ ଲଗାଇଥିଲେ।ପାଣି ତିନୋଟି ସାହିକୁ ଯୋଗାଣ କରିଥିଲେ।ତେବେ ସୂଚନା ଥାଉକି ପ୍ରକଳ୍ପରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥାଇ କିଏ ଓ କାହିଁକି କେଉଁ ଉଦେଶ୍ୟ ସାଧନ ପାଇଁ ତିନି ମାସ ଧରି ତାଲା ପକାଇ ରଖିଥଲେ ଓ ଗ୍ରାମକୁ ପାନୀୟ ଜଳଯୋଗାଣ ବନ୍ଦ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

