( ଭିନ୍ନକ୍ଷମ ନୟନା ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିବାକୁ ଦାବି)
ଜଗତସିଂହପୁର
ତା =11/5/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣୀଗାଁ ବାଘସାହିର ନୟନା ବରାଳ ଜଣେ ଭିନ୍ନକ୍ଷମ ମହିଳା । ତିନି ବର୍ଷ ବୟସ ରୁ ସ୍ନାୟୁ ଜନିତ ପୋଲିଓ ରୋଗ କାରଣରୁ ଦୁଇ ଗୋଡ଼ ଆଣ୍ଠୁ ପାଖରୁ ପାଦ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଅଚଳ। ଆଶାବାଡ଼ି ଧରି ବା ପରିବାର ଲୋକଙ୍କ ସହାୟତା ରେ ଛୋଟେଇ ଛୋଟେଇ ଚାଲୁଛନ୍ତି । ଭିନ୍ନକ୍ଷମ ପ୍ରମାଣ ପତ୍ର ରେ ୭୦ ପ୍ରତିଶତ ଅକ୍ଷମ ବୋଲି ଉଲ୍ଲେଖ କରାଯାଇଛି। ଏହି ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ଓ ରାକେଶ ନାୟକ ପ୍ରମୁଖ ପହଞ୍ଚିଥିଲେ। ଭିନ୍ନକ୍ଷମ ନୟନା ଙ୍କ ସମସ୍ତ ପ୍ରମାଣ ପତ୍ର ସହିତ ହୁଇଲ୍ ଚେୟାର ଚଳ ପ୍ରଚଳ କରିବା ପାଇଁ ଏକ ହୁଇଲ୍ ଚେୟାର ଯୋଗାଇ ଦେବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସଂଗଠନ ତରଫରୁ ଏକ ଦରଖାସ୍ତ ପ୍ରଦାନ କରାଯାଇଛି। ଏ ଦିଗରେ ସାମାଜିକ ସୁରକ୍ଷା ଅଧିକାରୀ ଜଗତସିଂହପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)