
ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ସେବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ମିଶନ ଶକ୍ତି ସଦସ୍ଯ, ୱର୍ଲଡ୍ ସ୍କିଲ୍ ସେଣ୍ଟର, ପଞ୍ଚାୟତ ରାଜ ପ୍ରତିନିଧି ଏବଂ ଅନ୍ଯାନ୍ଯ ଯାତ୍ରୀଙ୍କ ସମେତ ୧୭୦ ଜଣ ଦୁବାଇ ଯାତ୍ରା କରିଛନ୍ତି।





