(ଅପରାଧ ରୋକିବା ରେ ଏରସମା ପୋଲିସ ବିଫଳ | ନ୍ୟାୟ ପାଇବା ପାଇଁ ମୋନାଲିସା ପରିବାର SP ଙ୍କ ଦ୍ୱାରସ୍ତ )
ଜଗତସିଂହପୁର
ତା =16/5/23
ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ କୋଠି ଗ୍ରାମର ମୋନାଲିସା ମଲ୍ଲିକ ଓ ତାଙ୍କ ପରିବାର ଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ଘରେ ପଶି ନିଧୂମ ମାରଧର କରି ମୋନାଲିସା ର ଶାଶୁ ଙ୍କ ମୁଣ୍ଡ କୁ ଶକ୍ତ ଆଘାତ କରିବା ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା କୁ ନେଇ ମୋନାଲିସା ଏରସମା ଥାନାରେ ଅଭିଯୋଗ କରିଥିଲେ | ଏରସମା ପୋଲିସ ଉକ୍ତ ଅଭିଯୋଗ କୁ ଭିତ୍ତି କରି ଏରସମା ଥାନା କେଶ ନମ୍ବର 192/23 ରେ ଏକ ମୋକଧମା ରୁଜୁ କରି ଚୁପ ହୋଇ ବସି ପଡିଥିବାବେଳେ ଅଭିଯୁକ୍ତ ମାନେ ମୋନାଲିସା ଙ୍କ ପରିବାର କୁ କେସ ନ ଉଠାଇଲେ ପରିବାରକୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଚମକ ଦେଉଥିବା ରୁ ମୋନାଲିସା ର ପରିବାର ନ୍ୟାୟ ପାଇବାପାଇଁ ଏସପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି |
ତେବେ ଦେଖିବାକୁ ବାକି ରହିଲା ଏସପି ଙ୍କ ନିର୍ଦେଶ ପରେ ଏରସମା ପୋଲିସ ଅଭିଯୁକ୍ତ ଙ୍କ ବିରୋଧ ରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି | ଆଉ ପୀଡିତା ମୋନାଲିସା ପରିବାର କେବେ ନ୍ୟାୟ ପାଉଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ |





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)