କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପୋଶି ଗ୍ରାମପଞ୍ଚାୟତ
ବଡ଼ମହୁଲଡିହା ଗ୍ରାମର ରାଞ୍ଚି ମୁଣ୍ଡା(୨୨ ବର୍ଷ)ଙ୍କ ଅକାଳ ମୃତ୍ୟୁ ପରେ ଅସହାୟ ବିଧବା ମହିଳା ତୁଳସୀ ମୁଣ୍ଡା(୨୦ ବର୍ଷ)ଶୁଦ୍ଧିକ୍ରିୟା କରିବା ପାଇଁ ଅସମର୍ଥ ଥିବା ଖବର ଭରସା ପରିବାରକୁ ଆସିଥିଲା । ସଭାପତି ଲମ୍ବୋଦର ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ, ମହେଶ୍ବର ମହାନ୍ତ, ଘଟଗାଁ ବ୍ଲକ ସଭାନେତ୍ରୀ ଭାରତୀ ଭୋଇ ପ୍ରମୁଖ ତାଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ତାଙ୍କର ଅସହାୟତା ସମ୍ବନ୍ଧରେ ଅବଗତ ହୋଇ ଶୁଦ୍ଧିକ୍ରିୟା ସହାୟତା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ରାଞ୍ଚି ମୁଣ୍ଡାଙ୍କ ପରିବାରରେ ତାଙ୍କର ସ୍ତ୍ରୀ ତୁଳସୀ ମୁଣ୍ଡା ଓ ୪ ବର୍ଷର ନାବାଳିକା ଝିଅ ବିଜୁଳି ମୁଣ୍ଡା । ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା ଦଦରା ଘରଟିଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ସେ ଅନ୍ତର୍ଭୁକ୍ତ ହୋଇନାହାନ୍ତି । ଦୁଇ ମାସ ଧରି ରୋଗାକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ଅଭାବରୁ ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ତାଙ୍କର ବିଧବା ସ୍ତ୍ରୀ ଓ ନାବାଳିକା ଝିଅ । ନାବାଳିକା ଝିଅର ମଧ୍ୟ ଦେହସାରା ଘା ହେବାରୁ ପାଟଣା ମେଡ଼ିକାଲରେ ଚିକିତ୍ସା କରାଇବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବା କଥା କୋହଭରା କଣ୍ଠରେ କହୁଥିଲେ ବିଧବା ମହିଳା ଜଣକ । ଶୁଦ୍ଧିକ୍ରିୟା ପରେ ଚିକିତ୍ସା ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ସହିତ ସମବେଦନା ଜଣାଇଥିଲେ ଭରସା ପରିବାରର ଉପସ୍ଥିତ ସଦସ୍ୟବୃନ୍ଦ । ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋର୍ଦ୍ଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଅସହାୟ ଆଦିବାସୀ ବିଧବା ତୁଳସୀ ମୁଣ୍ଡା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


April 21, 2026/
No Comments



