ଢେଙ୍କାନାଳ ର ବୋରପଦା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଆଜି ଏକ Learn X ପ୍ରକଳ୍ପ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି | ଏଥିରେ ଛାତ୍ର ଛାତ୍ରୀ ମାନେ 22 ଗୋଟି ପ୍ରକଳ୍ପ କରି ନିଜ ଦକ୍ଷତା ର ପରାକାଷ୍ଠା ଦେଖାଇଥିଲେ | ସ୍ୱାଗତ ଅଭିଭାଷଣ ସହ ଅନୁଷ୍ଠାନ ର ଶିକ୍ଷକ ସୁମିତ କୁମାର ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ | ଏହି କାର୍ଯ୍ୟକ୍ରମ କୁ PD DRDA ଶ୍ରୀ ତନ୍ମୟ କୁମାର ଦରୱାନ ଉଦଘାଟନ କରିବା ସହ ଆଗାମୀ ଦିନ ରେ ବୈଷୟିକ ଶିକ୍ଷା ର ଗୁରୁତ୍ୱ ଓ ଛାତ୍ର ଛାତ୍ରୀ ମାନେ କିପରି ନିଜର କର୍ତ୍ତବ୍ୟ ନିଷ୍ଠା ଦ୍ୱାରା ସଫଳତା ପାଇପାରିବେ, ସେ ଉପରେ ଆଲୋକ ପାତ କରିଥିଲେ | DIET ର ପୂର୍ବତନ ଅଧକ୍ଷ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ଶୈକ୍ଷିକ ବାତାବରଣ ର ଗୁରୁତ୍ୱ ବିଷୟରେ ବୁଝାଇଥିଲେ | Share NGO ର ପ୍ରତିନିଧି ନମିତା ସେଠି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ | ପ୍ରତିଯୋଗିତା ରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ Share ତରଫରୁ ଯଥାକ୍ରମେ 2000,1500,1000 ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଶିକ୍ଷକ ସୁମିତ କୁମାର ମିଶ୍ର ପରିଚାଳନା କରିଥିଲେ | ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ଚନ୍ଦ୍ରଶେଖର ତ୍ରିପାଠୀ ବିଦାୟ ଅଭିଭାଷଣ ରଖିଥିଲେ|


June 17, 2026/
No Comments



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)