ବିଜେପି କୋରପରେଟର ଓ କର୍ମୀଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମା ତାରାଦେଵୀଙ୍କ ଦର୍ଶନ l
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଆରାଧ୍ୟ ଦେବୀ ମା ତାରା ଦେବୀ ଙ୍କ ଧୁମଧାମରେ ଜାରୀ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ମା ଙ୍କ ଦର୍ଶନ ପାଇଁ ଆସିବା ଯାତ୍ରାର ଉତ୍ସବ କୁ ଦୁଇ ଗୁଣିତ କରୁଛି l ମା ଙ୍କ ଦର୍ଶନ ପାଇଁ କେତେବେଳେ ବିଜେଡି ନେତା ତ କେତେବେଳେ ବିଜେପି ନେତା, ଯାହାକି ରାଜନୌତିକ ମହଲାରେ ଚର୍ଚ୍ଚା ର ବିଷୟ ପାଲଟିଛି l ସେହିପରି ଗୋପାଳପୁର ବିଧାୟକ
ପ୍ରଦୀପ ପାଣିଗ୍ରାହୀ ବା ବିଜେଡିର ଅସନ୍ତୁଷ୍ଟ
ନେତା ପ୍ରଦୀପ ପାଣିଗ୍ରାହୀ ମା ତାରାଦେବୀ
ଙ୍କ ଦର୍ଶନ କରିଥିଲେ l ବିଧାୟକ ପ୍ରଦୀପ ପାଣିଗ୍ରାହି ମା ଙ୍କ ଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତ୍ରୀ ୱାର୍ଡ ନମ୍ବର 37 କୋରପରେଟର ଓ ବିଜେପି ନେତା ଓ କର୍ମୀ ଙ୍କ ଉପସ୍ଥିତ ରେ ରାଜନୀତି ମହଲ ଉଷ୍ମତା ସହ ଜନତା ଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା l ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନ କୁ
ଦେଖି ସ୍ଥାନୀୟ ବିଜେଡି ନେତା ଙ୍କ ମନରେ ଆଗାମୀ ଦିନରେ କ୍ଷମତା କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି
ହୋଇଥିଲା l





