
ବେକରେ ଓଢଣି ଲଗେଇ ଦୁଇ ଛୁଆର ମାଆର ଆତ୍ମହତ୍ୟା, ମୃତ୍ୟୁ ର କାରଣ ଅସ୍ପଷ୍ଟ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅର୍ନ୍ତଗତ ବଡ଼ବିଲ ୱାର୍ଡ ନମ୍ବର ୪ ରାମନଗର ସ୍ଥିତରେ ଜଣେ ବିଭାଇତା ଯୁବତୀଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ। ସୂଚନା ଅନୁଯାୟୀ ବଡ଼ବିଲ ପୌରାଞ୍ଚଳ ରାମନଗର ଠାରେ ଦୁଇଛୁଆର ମାଆ ବେକରେ ଓଢଣି ଲଗେଇ ଆଜି ଭୋର ସମୟରେ ଆତ୍ମହତ୍ୟା କରିଥିବା ସୂଚନା, ସେ ବଡ଼ବିଲ ରାମନଗର ଠାରେ ନିଜର ଦୁଇଛୁଆ ଓ ସ୍ବାମୀ ଅମିତ୍ ଗୁପ୍ତା ସହ ରହୁଥିଲେ, ଗତ କାଲି ରାତିରେ ତାଙ୍କ ଛୁଆର ଜନ୍ମ ଦିନ ଅତି ଆନନ୍ଦ ସହକାରେ ପାଳନ କରିଥିବା ତାଙ୍କ ସ୍ବାମୀ କୁହନ୍ତି ଏବଂ ଆଜି ଭୋର ପାଖାପାଖି ୪ଟା ସମୟରେ ଉଭୟ ସ୍ବାମୀ ସ୍ତିରି କଥା ହୋଇଥିବା ମଧ୍ଯ ତାଙ୍କ ସ୍ଵାମୀ ଅମିତ୍ ଗୁପ୍ତା କହିଛନ୍ତି , କିନ୍ତୁ କଣ ପାଇଁ ସେ ଏପରି ନିଷ୍ପତ୍ତି ନେଲେ ତାହା ତଦନ୍ତ ସପେଖ୍ୟ , ତାଙ୍କ ମୃତ୍ୟୁର ଖବର ପ୍ରଘଟ ହେବା ପରେ ପାଖପଡିଶା ତାଙ୍କ ଘରେ ଭିଡ ଜମିଥିଲା ଓ ଉକ୍ତ ଅଂଚଳରେ ସୋକର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ପାଖ ପଡିଶା ଙ୍କୁ ପଚରା ଉଚୁରା କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି , ପାଖ ପଡିଶା ଲୋକଙ୍କ କହିବା ଅନୁଯାୟୀ ଉଭୟ ସ୍ବାମୀ ସ୍ତିରୀ ଙ୍କ ମଧ୍ୟରେ ପୁର୍ବରୁ ଅନେକ ବାର ଝଗଡ଼ା ହେବା ସହ ଥାନାର ଦ୍ୱାରସ୍ଥ ହୋଇଥିଲେ, ପ୍ରାଥମିକ ତଦନ୍ତରୁ ଏହା ଘାରୋଇ କଳହ ରୁ ହୋଇଥିବା ଅନୁମାନ କରାଯାଉଥିବ ବେଳେ ଶବ ବ୍ୟବଚ୍ଛେଦ ଓ ସମ୍ପୂର୍ଣ୍ଣ ତଦନ୍ତ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡିବ। ତାଙ୍କ ନାମ ସୋନାଲ ଗୁପ୍ତା ଓ ତାଙ୍କ ବୟସ ପାଖାପାଖି ୨୫ବର୍ଷ ବୋଲି ସୂଚନା ମିଳିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ 




