

ହାତୀ ଆକ୍ରମଣରେ ବାଙ୍ଗରା ମାଝୀଙ୍କ ମୃତ୍ୟୁ
ଲାଞ୍ଜିଗଡ଼ ବ୍ଳକ ବସନ୍ତପଡା ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶର ଥିବା ବସନ୍ତ ପଡା ଗ୍ରାମର ହାତୀ ଆକ୍ରମଣରେ ବାଙ୍ଗରା ମାଝୀ(୫୭)ଙ୍କ ମୃତ୍ୟୁ ଘଟିଛି।ସ୍ବର୍ଗତ ବାଙ୍ଗରା ରବିବାର ସନ୍ଧ୍ୟା ସାଢ଼େ ୪ ଘଣ୍ଟା ସମୟରେ ନିଜ ଗାଁ ବସନ୍ତପଡା ଠାରୁ ପାହାଡିଆ ଚଲା ରାସ୍ତା ଦୁଇ କିମି ଦୂରରେ ଥିବା ନିକଟସ୍ଥ ଗାଁ ଡେଙ୍ଗସର୍ଗି ନିଜ ଝିଅ ଘରକୁ ଯାଉଥିଲା।ବାଙ୍ଗରା ରାତି ପର୍ଯ୍ୟନ୍ତ ନିଜ ଘରକୁ ନ ଫେରିବା ଯୋଗୁଁ ସ୍ତ୍ରୀ ଓ ବନ୍ଧୁବାନ୍ଧବ ଲୋକେ ମିଶି ପ୍ରଥମେ ନିଜ ଝିଅ ଘର ଡଙ୍ଗସର୍ଗି ଯାଇ ପଚାରି ଥିଲେ।ଏହା ପରେ ଖୋଜାଖୋଜି କରିବା ପରେ ଗତ ରବିବାର ରାତ୍ର ୧୦ ଘଣ୍ଟା ସମୟରେ ଗାଁ ଠାରୁ ପ୍ରାୟ ଢେଡ଼ କିମି ପାଦଚଲା ଜଙ୍ଗଲ ରାସ୍ତାର ଡେଙ୍ଗସର୍ଗି ଗାଁ ନିକଟରେ ଥିବା ଆମ୍ବ ଗଛ ତଳେ ବାଙ୍ଗେରାକୁ ହାତୀ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ।ଗଛ ତଳେ ବାଙ୍ଗେରାର ପିନ୍ଧିଥିବା ଲୁଙ୍ଗି, ଗାମୁଛା, ଧରିଥିବା ଝୁଲି ମୁଣା ଓ ଟାଙ୍ଗିଆ ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ମଳ ଦେଖିବାକୁ ମିଳିଛି।ବାଙ୍ଗରାକୁ ହାତୀ ଘୋଷାରି ଘୋଷାରି ମାଡି ଚକଟି ଶରୀରର ବିଭିନ୍ନ ଅଂଶ ପଡିଥିବା ଦେଖିବାକୁ ମିଳିଛି।ପରିବାର ଲୋକେ ଲାଞ୍ଜିଗଡ଼ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ବର୍ତ୍ତମାନ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
କଳାହାଣ୍ଡି ରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ




