
ମୃତହାତ ଓ ଆହାତଙ୍କ ଉଦେଶ୍ୟ ରେ ବଅଁରପାଳ ସାମ୍ବାଦିକ ସଂଘ ପକ୍ଷରୁ ସମୂହ ଦୀପ ଦାନ
ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉ ମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ବଅଁରପାଳ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ବାଲେଶ୍ୱର ରେଳ ଦୁର୍ଘଟଣା ରେ ମୃତହାତ ଲୋକଙ୍କ ଅମର ଆତ୍ମାର ସଦ୍ଗତି କାମନା ଏବଂ ଆହାତ ମାନଙ୍କର ଆସୁ ଆରୋଗ୍ୟ ଲାଭ କାମନା ନିମନ୍ତେ ସମୂହ ଦୀପ ଦାନ କରାଯାଇଛି ସଙ୍ଘ ସଭାପତି ରାଜେଶ କୁମାର ନାୟକଙ୍କ ନେତୃତ୍ୱରେ।
ବାଲେଶ୍ୱର ବାହାନଗାରେ ଘଟିଥିବା ହ୍ରୁଦୟ ବିଦାରକ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସଂଘ ପକ୍ଷରୁ ବଅଁରପାଳ ଜଗନ୍ନାଥ ମନ୍ଦିରରେ ଏହି ଦୁର୍ଘଟଣା ରେ ମୃତ୍ଯୁବରଣ କରିଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ସହ ଆହତ ମାନଙ୍କ ଆସୁ ଆରୋଗ୍ୟ ପାଇଁ ସମୂହ ଦୀପ ପ୍ରଦାନ କରାଯିବା ସହିତ ଉପସ୍ଥିତ ଥିବା ସମସ୍ତ ଭକ୍ତ ମାନେ ଦୁଇ ମିନିଟ ର ନିରବ ପ୍ରାର୍ଥନା କରିଥିଲେ।ଏଥିରେ ସଂଘର ସମ୍ପାଦକ ସୁଶୀଲ କୁମାର ଆଇଚ, ଉପଦେଷ୍ଟା ଅଖିଳ କୁମାର ମହାପାତ୍ର, ସଞ୍ଜୟ କୁମାର ବିଶୋଇ, ତାପସ କୁମାର ଜେନା,ଶଶାଙ୍କ ଶେଖର ସାମଲ, ଦିବ୍ୟରଞ୍ଜନ ସାମଲ, ଉପ ସଭାପତି ସୁଶାନ୍ତ କୁମାର ସାମଲ ,କୋଷାଧ୍ୟକ୍ଷ ପ୍ରିୟବ୍ରତ ସାମଲ, ଏବଂ ସଙ୍ଘର ସରୋଜକାନ୍ତ ଜେନା, ବିଭାଷ କୁମାର ସାମଲ,ମନୋଜ କୁମାର ସାମଲ,ରାଜେଶ ପାତ୍ର,ରୁଦ୍ରମୋହନ ସାହୁ,ସୁମନ୍ତ କୁମାର ଦଳବେହେରା,ସୁବ୍ରତ ସାମଲ,ଚୈତନ୍ୟ ସାହୁ,ସୁଧାକର ସାହୁ,ସଂଜୀବ ପାଇକ,କ୍ଷୀରୋଦ ବେହେରା, ବିନୋଦ କୁମାର ନାୟକ ଓ ସନଜ କୁମାର ସାହୁ ଉପସ୍ଥିତ ଥିଲେ।





