
ବିଶ୍ଵ ପରିବେଶ ଦିବସ
ଗନ୍ଦିଆ ବ୍ଲକ୍ ଅଧୀନସ୍ଥ ଲେଥକା ପଞ୍ଚାୟତର ରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ପ୍ରିୟ ସ୍ଵେଚ୍ଛାସବୀ ସଂଗଠନ ମିଳିତ ସହଯୋଗରେ ଅଦ୍ୟ ତା- ୦୫.୦୬.୨୦୨୩ ରିଖ ସୋମବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଅଛି। ଉକ୍ତ ଦିବସରେ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଥିଲା। ତତ୍ ସହ ବିଦ୍ୟାଳୟ ପରିସରରେ ଫଳ ଓ ଫୁଲ ଗଛ ଲଗାଯାଇଥିଲା। ଉକ୍ତ ଦିବସରେ ଅତିଥି ରୂପେ ସରପଞ୍ଚ ଲେଥକା ଓମ୍ ପ୍ରକାଶ ଦାସ, ସମିତି ସଭ୍ୟ ଅକ୍ଷୟ କୁମାର ମହାନ୍ତି, CRC ଅର୍ଜୁନ ଓଝା ବୃକ୍ଷ ରୋପଣ କରିଥିଲେ। ଏହା ସହ ଅତିଥି ରୂପେ ନିବେଦିତା ନାୟକ, ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ସ୍ୱାଇଁ, ପ୍ରିୟ ନିର୍ଦ୍ଦେଶକ ଟଙ୍କଧର ବାରିକ, ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୌଭାଗ୍ୟଲକ୍ଷ୍ମୀ ତରାଇ ପିଲାମାନଙ୍କୁ ସଚେତନ କରିଥିଲେ। ଏହାକୁ ଦିବ୍ୟାରଞ୍ଜନ ବେହେରା, ପର୍ଶୁରାମ ଦାସ ସହଯୋଗ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

