(ଟ୍ରେନ ଦୃଘଟଣା ରେ ମୃତକ ଙ୍କ ପାଇଁ ବୈଦିକ ଯଜ୍ଞ ଅନୁଷ୍ଠିତ )
ଜଗତସିଂହପୁର
ତା =6/6/23
ବାଲେଶ୍ୱର ବାହାନଗା ଠାରେ ହୋଇଥିବା ମର୍ମତୁଦ ଟ୍ରେନ ଦୃଘଟଣା ରେ ମୃତକ ମାନଙ୍କ ପାଇଁ ବୈଦିକ ଯଜ୍ଞ ତରଡ଼ାପଡା ଆଇ ଟି ଆଇ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି | ଟାଇମ୍ସ ଗୁରୁକୁଳ ଏବଂ ତରଡ଼ାପଡା ଆଇ ଟି ଆଇ କେନ୍ଦ୍ର ର ମିଳିତ ଆନୁକୂଲ୍ୟ ରେ ଏହି ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା | ଯଜ୍ଞ କର୍ତ୍ତା ଭାବେ ଆଇ ଟି ଆଇ ନିର୍ଦେଶକ ରଶ୍ମି ରଞ୍ଜନ ମିଶ୍ର ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିବା ସାଇ ଶ୍ରେୟାସୀ ବେଦ ମନ୍ତ୍ର ପାଠ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଟାଇମ୍ସ ଗୁରୁକୁଳ ଉପଦେଷ୍ଟା ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ | ନିର୍ଦ୍ଧେଶିକା ସୁଶ୍ରୀ ଆଞ୍ଜୁଷା | ଶିକ୍ଷକ ବିଚିତ୍ର ନନ୍ଦ ତ୍ରିପାଠୀ | ଲାଲା ଦେବେନ୍ଦ୍ର ପ୍ରସାଦ | ଗୁରୁପ୍ରସାଦ ରାୟ | ପ୍ରିୟଦର୍ଶିନୀ ଦାସ ପ୍ରମୁଖ ଯୋଗଦେଇ ଦୃଘଟଣା ରେ ଆହତ ବ୍ୟକ୍ତି ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





