



ନେସନ୍ୟାଲ ହ୍ୟୁମାନ ରାଇଟ୍ସ କାଉନସିଲ୍ ପକ୍ଷରୁ ରଜ ମହୋତ୍ସବ ପାଳନ ହୋଇଯାଇଛି
ଓଡ଼ିଶାର ମହା ଗଣପର୍ବ ରଜଉତ୍ସବ ଆଜି ଅନୁଗୋଳ ଜିଲ୍ଲା ରାଣୀଗୁଡା ଠାରେ ଏହା ଅନୁଷ୍ଠିତ ହୋଇଯାଇଛି। ନେସନାଲ ହ୍ୟୁମାନ ରାଇଟ୍ସ କାଉନ୍ସିଲି ଅନୁଗୋଳ ଜିଲ୍ଲା ଜେନେରାଲ ସେକ୍ରେଟାରୀ ପ୍ରବିନ କୁମାର ଷଣ୍ଢ, ବାସନ୍ତୀ ଘଡ଼ିଆ,ପଦ୍ମଖି ସିଂ,ଜୋସ୍ନା ରାଣୀ ମୁରୁମ,ଦେବେନ୍ଦ୍ର କୁମାର ସିଂ,ସୀତା ପାଲ, ରଶ୍ମି ମଞ୍ଜରୀ ରାଉତରାୟ, ରାଜଲଷ୍ମୀ ଜେନା,ରିତା ବେହେରା,ରଜନୀ ମହାନ୍ତି, ରଜିଆ ଖତୁନ,କାମୀନ ସ୍ୱାଇଁ,କୁମାରୀ ପ୍ରଧାନ,ପ୍ରମୁଖ ଯୋଗ ଦେଇଥିଲେ।ରଜ ଗୀତ ଓ ଓଡ଼ିଆ ଘର ପିଠା ଝୋଟି ଦୁଳି ଖେଳ ପ୍ରତିଯୋଗିତାରେ ରାଣୀଗୁଡା ଗ୍ରାମର ଏସ,ଏଚ ଜି ଗ୍ରୋପର ମହିଳା ଓ କୁନି କୁନି ପ୍ରତିଭା ମାନେ ଭାଗ ନେଇଥିଲେ।କୁତୃତ୍ୱ ହାସଲ କରିଥିବା ମହିଳାଙ୍କୁ ଓ ଛୋଟ ଛୋଟ କୁନି ପ୍ରତିଭାଙ୍କୁ ଆସନ୍ତା ୧୭ତାରିଖ ଦିନ ତାଳଚେର ବଲଣ୍ଡା ଠାରେପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।





