ଲିଗାଲ ଏଡ୍ କାଉନସିଲ ପକ୍ଷରୁ ପାରା ଲିଗାଲ ତାଲିମ ଶିବିର
କଟକ ତା ୧୦.୦୬.୨୦୨୩ରିଖ— ରାଜ୍ୟ ସ୍ତରୀୟ ଆଇନ ସେବା ସହାୟତା ସଂଗଠନ ପକ୍ଷରୁ ଆଇନ ସହାୟକ କର୍ମୀମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ କଟକ ଦେଉଳ ସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଅବସରପ୍ରାପ୍ତ ଜିଲ୍ଲା ଜର୍ଜ ରତିକାନ୍ତ ମହାପାତ୍ର । ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ଓ ବୈଶାଳୀ ନାୟକ , ସିଭିଲ ଜର୍ଜ ଯୋଗଦାନ କରି ପାରା -ଲିଗାଲ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଡଭୋକେଟ ସବିତା ଜେନା, ସ୍ବର୍ଣ୍ଣ ପ୍ରଭା ସାହୁ, ସୁଭେନ୍ଦୁ କୁମାର ପାଇକରାୟ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଉକ୍ତ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜରେ ଅବହେଳିତ, ନିଷ୍ପେସିତ ଓ ଦୁର୍ବଳ ଲୋକମାନଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା। ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦ ଜଣ ସ୍ବେଚ୍ଛାସେବୀ ତାଲିମ ଶିବିରରେ ଯୋଗ ଦେଇଥିଲେ। ଏହି ତାଲିମ ଶିବିରରେ ଆଡଭୋକେଟ ଦୁଃଖି ଶ୍ୟାମ ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ଅନୁଷ୍ଠାନର ସଂପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ଆଜିର ତାଲିମ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
