ରଥଯାତ୍ରାର ଦ୍ୱିତୀୟ ଦିନ : ମୀନ ଅବତାରରେ ଭକ୍ତ ଙ୍କୁ ଦର୍ଶନ ଦେଲେ :କୈବଲ୍ୟ ଭଜନ ସନ୍ଧ୍ୟାରେ ଭକ୍ତ ବିଭୋର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷହୋଇଛି l ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପହଞ୍ଚିବା ପରେ ଯଥାରିତି ସହକାରେ ମନ୍ଦିରର ମୂଖ୍ୟ ପୂଜକ ମହେଶ୍ୱର ପଣ୍ଡା ଓ ତାଙ୍କ ସହଯୋଗୀ ଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି l ଯାତ୍ରାର ବୁଧବାର ହେଉଛି ଦ୍ୱିତୀୟ ଦିନ ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମୀନ ଅବତାର ରେ ସଜ୍ଜିତ କରାଯାଇ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି l ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଶତାଧିକ ଭକ୍ତ ଙ୍କ ସମାଗମ ହେଉଛି l ଏହାକୁ ଆଖି ଆଗରେ ରଖି ଟ୍ରଷ୍ଟ ପକ୍ଷରୁ ଭକ୍ତ ଓ ସ୍ଥାନୀୟ ଜନସାଧାରଣ ଙ୍କ ମନୋରଞ୍ଜନ ନିମନ୍ତେ ସ୍ଥାନୀୟ ଉପଖଣ୍ଡ କଳାକାର ସଂଘ ତରଫରୁ ସନ୍ଧ୍ୟା ଆଳତୀ ପରେ କୈବଲ୍ୟ ଭଜନ ସନ୍ଧ୍ୟା ର ଆୟୋଜନ ହୋଇଥିଲା l ଏତଦ ବ୍ୟତୀତ ଗୁଣ୍ଡିଚା ମନ୍ଦିର ପାର୍ଶ୍ଵରେ ଏକ ମିଷ୍ଠାନ ବିକ୍ରି କେନ୍ଦ୍ର ଖୋଲା ଯାଇଛି l ତତ ସଙ୍ଗେ ସଙ୍ଗେ ଭକ୍ତ ଙ୍କ ନିମନ୍ତେ ହାଲୁଆ ବଣ୍ଟନ କରାଯାଇ ଥିଲା l ଏଥିରେ ମନ୍ଦିର ପରିଚାଳନା ଟ୍ରଷ୍ଟ ର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ସୀତାରାମ ଦାସ, ପଦ୍ମ ନାଭ ପାଣିଗ୍ରାହୀ, ଗଙ୍ଗାଧର ଭୋଈ, ପଞ୍ଚାନନ ପାତ୍ର ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ବିଭାଗ ତରଫରୁ ସମଗ୍ର ସହରରେ କଡାକଡି ପାଟ୍ରୋଲିଙ୍ଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
