ଅଘଶିତ ବିଜୁଳି କାଟ ର ବିରୋଧ କରି ଟାଟା ପାୱାର ଅଫିସ ସମ୍ମୁଖ ରେ କଂଗ୍ରେସର ଵିକ୍ଷବ.
ସାରା ରାଜ୍ୟରେ ଟାଟା ପାୱାରର ଅଘଶିତ ବିଜୁଳି କାଟ କୁ ବିଭିନ୍ନ ରାଜନୀତିକ ଦଳ ,ବିଭିନ୍ନ ସଂଘଠନ ର ଓ ଜନ ସାଧାରଣଙ୍କ ବିରୋଧ ହେବାକୁ ପଡୁଛି. ଗୋଟିଏ ପଟେ ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଚାଲିଥିବା ସମୟରେ ବାରମ୍ବାର ବିଜୁଳି କଟିବା ଜନ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ମଧ୍ୟରେ ବାଧା ପ୍ରାପ୍ତ ହେଉଅଛି.ଏହି ବିଜୁଳି କାଟର ବିରୋଧ କରି ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଠାରେ ରାଜ୍ୟ ପ୍ରଦେଶ କଂଗ୍ରେସସଭାପତି ଶରତ ପଟନାୟକଙ୍କ ଆହ୍ୱାନକ୍ରମେ ଗଞ୍ଜାମ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ୧)ଜିଲାରେ ବିଜୁଳି କାଟ ତୁରନ୍ତ କରିବା ଏବଂ ଗ୍ରାହକ ଙ୍କୁ ଅନବରତ ବିଜୁଳି ସେବା ଯୋଗାଇ ଦେବା. ୨)ଅହେତୁକ ବିଜୁଳି ଦର ବୃଦ୍ଧିକୁ କମ କରିବା. ୩)ଵିଦ୍ୟୁତ ଦେୟ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ଆଦାୟ କରିବା. ୪)ବକେୟା ଵିଦ୍ୟୁତ ବିଲ ଆଦାୟ ବେଳେ ଗ୍ରାହକ ଙ୍କ ଉପରେ ଜୁଲମ ନକରିବା. ୫)ଵିଦ୍ୟୁତ ଭିତ୍ତି ଭୂମି ପାଇଁ ଖର୍ଚ୍ଚ କରାଯାଇଥିବା୧୫ ହଜାର କୋଟି ଟଙ୍କା ଶ୍ୱେତ ପତ୍ର ସରକାର ତୁରନ୍ତ ପ୍ରକାଶ କରିବା. ଇତ୍ୟାଦି ଦାବୀ ନେଇ ଏକ ବିଶାଳ ଶଭା ଯାତ୍ରା ଗାନ୍ଧୀ ନଗର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି କମାପଲ୍ଲୀ ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଠାରେ ପହଞ୍ଚି ଭିକ୍ଷବ ପ୍ରଦର୍ଶନ ସହ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା.ଆଜିର ଏହି ଶଭାଯାତ୍ରା ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା,ମହିଳା କଂଗ୍ରେସ ସଭାପତି ନେତ୍ରୀ ବୋନଜା ପଣ୍ଡା, ଯୁବ କଂଗ୍ରେସ ସଭାପତି ସନାତନ ସାହୁ,ବାଲି ପଣ୍ଡା, ଅମୀର ଭୂୟାଁ, ବୃନ୍ଦାବନ ଖଟେଇ, ମନୋରଞ୍ଜନ ଦାସ, ବକାଳୀ ସେଠି, ବବିତା ନାୟକ,ରଶ୍ମିତା ଚର୍ଚି , ସବିତା ନାୟକ ଙ୍କ ସମେତ ବହୁ ନେତା କର୍ମୀ ଉପସ୍ଥିତ ଥିଲେ.



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

