ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କଲା ବଡ଼ବିଲ ପୋଲିସ ମୁତ୍ୟୁର କାରଣ ଅସ୍ପଷ୍ଟ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅର୍ନ୍ତଗତ ବେଲକୁଣ୍ଡି ନିକଟରେ ଥିବା ବାଲାଜୀ ରେଲୱେ ସାଇଡିଂ ରେଳ ଧାରଣାରୁ ଆଜି ସକାଳ ସମୟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଦେଖି କିଛି ଲୋକ ବଡ଼ବିଲ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ବଡ଼ବିଲ ପୋଲିସ ପକ୍ଷରୁ ଅତିରିକ୍ତ ଅଧିକାରୀ ଆଲୋକ ରଞ୍ଜନ ପରିଡ଼ା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ , ପାରିପାର୍ଶିକ ପରିବେଶ କୁ ନଜର ରେ ରଖି ବିଭିନ୍ନ ଦିଗକୁ ନେ଼ଇ ସର୍ଜମିନ ତଦନ୍ତ ଚଳାଇଛି ଏବଂ ମୃତ ଦେହକୁ ନେଇ ଯୋଡା ଟାଟାଷ୍ଟିଲ ମେଡିକାଲ ସ୍ଥିତ ଶବ ସଂରକ୍ଷଣ ଗୃହ ରେ ମୃତ ଦେହକୁ ରଖାଯାଇଛି, ମୃତ ଦେହର ପରିଚୟ ମିଳିବା ପରେ ସବ ବ୍ୟବଛେଦ କରାଯିବ ବୋଲି ସୂଚନା। ଏହି ମୃତ ଦେହକୁ ରେଳ ଧାରଣାରୁ ଉଦ୍ଧାର କରାଯାଇଥିବା ବେଳେ , ମୃତ ଶରୀର ମୁଣ୍ଡରେ କ୍ଷତ ଚିହ୍ନ ଥିବା ବେଳେ ଏହା ଦୁର୍ଘଟଣା ଘଟି ହୋଇଛି ଅବା ଏକ ସୁକଳ୍ପିତ ହତ୍ୟାକାଣ୍ଡ ତାହା ତଦନ୍ତ ସାପେକ୍ଷ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ଜଣାପଡ଼ିବ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜା।





