ପୁସ୍ତକ ଲୋକାର୍ପଣ ଉତ୍ସବ
ବିଷୟ ___ ଆଳି ବ୍ଳକ ଅନ୍ତର୍ଗତ ଆଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଜଣାଶୁଣା ସୁଲେଖିକା , ବକ୍ତା ଓ କବି ରଶ୍ମିତା ସେନାପତିଙ୍କ ପ୍ରଥମ କବିତା ସଂକଳନ କୃଷ୍ଣ ଚୂଡାର ବାସ୍ନାର ଲୋକାର୍ପଣ ଉତ୍ସବ ଆସନ୍ତା ରବିବାର ଦିନ ଆଳି ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।ଏହି ଉତ୍ସବରେ ଉଦଘାଟକ ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ଯୋଗଦେବେ। ବିଶିଷ୍ଟ ଗାଳ୍ପିକ ଓ ପ୍ରଛଦ ଶିଳ୍ପୀ ଅତୁଲ ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କଥାକାର ପ୍ରଦୀପ ନାୟକ ସଂଚାଳକ ଭାବେ ଦାୟିତ୍ଵ ନିର୍ବାହ କରିବେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ପୂର୍ବତନ ଜିଲ୍ଲାପାଳ ତଥା ଓଡ଼ିଶା ବିଧାନସଭାର ସଚିବ ଦାଶରଥି ଶତପଥୀ ଯୋଗଦାନ କରିବେ। ମୁଖ୍ୟ ବକ୍ତା ଭାବେ ଏସ ଏନ୍ ମହାବିଦ୍ୟାଳୟ ରାଜକନିକାର ଅବସରପ୍ରାପ୍ତ ଅଧ୍ୟକ୍ଷ ବୈକୁଣ୍ଠ ନାଥ ପରିଡ଼ା , ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଓ କବି ଆରାଧନା ଦାସ , ଅବସରପ୍ରାପ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଧରଣୀଧର ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତି,କବି ଓ ସଂଗଠକ ପ୍ରମୋଦ କୁମାର ମଲ୍ଲିକ,ଆଳି ବ୍ଳକ ଶିକ୍ଷା ଅଧିକାରୀ ପାବନୀ ଚରଣ ରାଉତ,ସମ୍ବାଦ ସାହିତ୍ୟ ଘର ଆଳିର ସଭାପତି ତଥା ବରିଷ୍ଠ ସମାଜସେବୀ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।
ଆଳିରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

















