ମୁମ୍ବାଇ ରେ ଶ୍ରମିକ ର ଦୁଇ ହାତ କଟା ଘଟଣା : ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ର ଜଣେ ଶ୍ରମିକ କାମ କରିବା ପାଇଁ ମୁମ୍ବାଇ ଯାଇଥିବା ବେଳେ ସେଠାରେ ଦୁଇ ହାତ କଟି ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବା ରେ ଲାଗିଛି। ଘଟଣା ସଂପର୍କରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନୂଆଦିଲ୍ଲୀ ପକ୍ଷରୁ ଘଟଣା କୁ ଗୁରୁତର ସହ ନେଇ ଘଟଣା ର ସବିଶେଷ ରିପୋର୍ଟ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଙ୍କୁ ମାଗିଛନ୍ତି। ଏ ସଂପର୍କ ରେ ଖୁବ ଶିଘ୍ର ଏକ ଟିମ ପରିବାର ନିକଟରେ ପହଞ୍ଚିବ ବୋଲି କହିଛନ୍ତି ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ। କିଛି ଦିନ ପୂର୍ବେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରିବାର ଲୋକଙ୍କ ଭେଟି ଘଟଣା ପଚାରି ବୁଝିବା ସହ ଉକ୍ତ ପରିବାରକୁ ୨୦ଲକ୍ଷ କ୍ଷତି ପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ।ଏପ୍ରିଲ ୨୭ତାରିଖ ରେ ସ୍ଥାନୀୟ ଜଣେ ଯୁବକ ଙ୍କ ସହାୟତା ରେ ଅଙ୍ଗଦ ମଲ୍ଲିକ ମହାରାଷ୍ଟ୍ର ର ମୁମ୍ବାଇ କୁ ଯାଇ ଶ୍ରମିକ ଭାବେ କାମ କରିବା ପାଇଁ ଆଠ ହଜାର ଟଙ୍କା ଅଗ୍ରିମ ନେଇ ବାହାରିଥିଲେ। କିନ୍ତୁ ସେଠାକୁ ଯିବା ପରେ ଅଙ୍ଗଦ ର କୌଣସି ସୂଚନା ମିଳିନଥିବା ପରିବାର ଲୋକ ବାଲିଗୁଡ଼ା ଥାନା ରେ ଏତଲା ଦେଇଥିଲେ। ଏହା ପରେ ପୁଲିସ ତଦନ୍ତ ପରେ ଅଙ୍ଗଦ ଗୁଜୁରାଟ ରେ ଏକ ଘରୋଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେ ଥିବା ସୂଚନା ପାଇଥିଲା ଏହା ପରେ ପରିବାର ଲୋକେ ତାଙ୍କୁ ଯାଇ ଆଣିଥିଲେ। ସେତେ ବେଳେ ଅଙ୍ଗଦ ର ଦୁଇ ହାତ କଟି ଯାଇଥିବା ଦେଖି ସ୍ତବ୍ଧ ହୋଇ ଯାଇଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)

