ଆସନ୍ତୁ ଗଢିବା ସବୁଜସୁନ୍ଦର କୋରେଇ – ଆକାଶ
ମିଶନ୍ ସବୁଜ କୋରେଇ ଅଭିଯାନରେ ବୃକ୍ଷରୋପଣ ଓ ବୃକ୍ଷବଣ୍ଟନ
କୋରେଇ, ୧୭/୦୭ : ଆଜି ସକାଳ ୧୦ଘଟିକା ସମୟରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ସାଦକପୁର ଗ୍ରାମପଞ୍ଚାୟତ କୋରେଇ ନୋଡାଲ ସ୍କୁଲ ଓ କୋରେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କୋରେଇର ପୂର୍ବତନ ବିଧାୟକ, ବର୍ତ୍ତମାନ ଓଡିଶା ସରକାରଙ୍କର ମୋ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ “ମିଶନ୍ ସବୁଜ କୋରେଇ” ଅଭିଯାନରେ ୧୦୦ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷପରେ କୋରେଇ ବିଜାର, ସାଦକପୁର, ଫାଜଲପୁର ଗ୍ରାମରେ ଘରେ ଘରେ ୧୫୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ପିଜୁଳି, ଓଉ, ଆମ୍ବ, ପଣସ, ଶାଗୁଆନ୍, ଆତ, କାଜୁ, ଦେବଦାରୁ, ଆକାଶିଆ ଆଦି ବିଭିନ୍ନ ପ୍ରକାର ଫଳବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ପରିବେଶ କହିଲେ ସାଧାରଣତଃ ପ୍ରକୃତି ସହିତ ଜୀବନ ଧାରଣର ମାନଦଣ୍ଡକୁ ବୁଝାଏ । ବିଶ୍ୱନିୟନ୍ତା ଇଶ୍ୱର ସୃଷ୍ଟିର ପ୍ରାରମ୍ଭରୁ ଜୀବନ ଧାରଣ ନିମନ୍ତେ ଅଗ୍ନ, ଜଳ, ବାୟୁ, ମାଟି ଓ ଆଲୋକ ଭଳି ପ୍ରାକୃତିକ ତତ୍ତ୍ୱଗୁଡିକ ନିଃଶୁଳ୍କ ମୂଲ୍ୟରେ ଯୋଗାଇଦେଇଛନ୍ତି । ଯାହାଦ୍ୱାରା ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିଛି । ଉକ୍ତ ୫ଟି ଉପାଦାନକୁ ନେଇ ପରିବେଶ ଗଠନ ହୋଇଅଛି । ଈଶ୍ୱର ଜୀବଜଗତ ବଞ୍ôଚରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ସୃଷ୍ଟି କରିଛନ୍ତି । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ଦିନ ତାପମାତ୍ର ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି । ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ । ଫଳସ୍ୱରୂପ ବାୟୂମଣ୍ଡଳରେ ଥିବା ଓଜୋନ୍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ଯ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଞ୍ଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ହାକିମ୍ ଖାଁ, ସେକ୍ ସାବନ୍, ସେକ୍ ମଜବୁର ରହମାନ୍ (ଗୋରା), ସେକ୍ ଆବାଜ, ଜିତେନ୍ଦ୍ର ସିଂ, କୈଳାସ ପଟ୍ଟନାୟକ, ପିତାମ୍ବର ନନ୍ଦ, ରାଜକିଶୋର ପଟ୍ଟନାୟକ, ରବିନ୍ଦ୍ର ବେହେରା (କୁନୁ), ବ୍ରଜକିଶୋର ପଟ୍ଟନାୟକ, ରବିନ୍ଦ୍ର କାନୁନ୍ଗୋ, ଅମରେଶ ପଟ୍ଟନାୟକ, ବଙ୍ଗନ୍ ଖିଲାର, ଅନିଲ ଦାସ, ଦେବାଶିଷ ସାହୁ, ସେକ୍ ମେହେବୁବ୍ ଅଲ୍ଲୀ, ସେକ୍ ରାଜା, ସନ୍ତୋଷ ସାହୁ, ସେକ୍ ଫୁରକାନ୍, ଆବୁଲ୍ ହୁସେନ୍ ହଜାରି, ଜାହେଦୁର ରହେମାନ୍ ହଜାରି, ଗୁରଫାନ୍ ଖାନ୍, ମହମ୍ମଦ୍ ୱାସିଦ୍ ଅଲ୍ଲୀ, ସେକ୍ ସରଫୁଦ୍ଦିନ୍, ମହମ୍ମଦ ଫକିରଉଦ୍ଦିନ୍, ଆକମଲ ଅଲ୍ଲୀ, ମିର୍ଜା ସାମସୁଦ୍ଦିନ୍ ବେଗ୍, ସେକ୍ ସମଦୁଲ୍, ଧନେଶ୍ୱର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ରାଉତ, ପୂର୍ବତନ ସମିତି ସଭ୍ୟ ସେକ୍ ଜହର ଅଲ୍ଲୀ, ଅଶୋକ ବାରିକ, କୁଳମଣି ଦାସ, ସମାଜସେବୀ କଟେଶ୍ୱର ରାଓ, ସୁବ୍ରତ ସେଠୀ, ଜଗବନ୍ଧୁ ଜେନା, ସଞ୍ଜୟ ନାୟକ, ଦାମୋଦର ଖଣ୍ଡେଇ, ମୃତ୍ୟୁଞ୍ଜୟ ନାୟକ, ହେମନ୍ତ ନାୟକ, ଏସ୍. ରାଓ, ସଞ୍ଜୟ ନାୟକ, ଲକ୍ଷ୍ମୀଧର କରଣ, ଆଲୋକ ଦାସ, ପ୍ରଶାନ୍ତ ନାୟକ, ଅନିଲ ବୋଇତାଇ, ମନୋଜ ଦାସ ପ୍ରମୂଖ ସହଯୋଗ କରିଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ










![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
