ବାଇକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ ।
କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କେଗାଁ ବନାଞ୍ଚଲ କାର୍ଯ୍ୟାଳୟ ସମୁଖରେ ବାଇକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମାଝି (୬୫)। ସେ କେଗାଁ ଗ୍ରମ ପଂଚାୟତ କୁ ଚା ଉଲ ଆଣି ବାକୁ କେଗାଁ ଆସୁଥିବା ବେଳେ କେଗାଁ ବନାଞ୍ଚଲ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସାନଚେରଗାଁ ଦେଶୀ ଭାଟିର ଏକ ବାଇକ ଓଡ଼ି ୨୬ ଡ଼ି ୫୦୪୩ ହିରୋ ଏଚ ଏଫ ଡିଲକ୍ସ ଗାଡ଼ିରେ ଥିବା ଜଣେ ବିହାରୀ କର୍ମଚାରୀ ଉକ୍ତ ବୃଦ୍ଧାଙ୍କୁ ଧକ୍କା ଦେଇ କିଛି ବାଟ ବାଇକରେ ଘୋଷାଡୀ ନେବା ଫଳରେ ବୃଦ୍ଧାଙ୍କ ମୁଣ୍ଡ ହାତ ଓ ଗୋଡ଼ରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ବାଇକ ଛାଡି ଉକ୍ତ ବିହାରୀ କର୍ମଚାରୀ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ କେଗାଁ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
