୩ ବର୍ଷର ଶିଶୁ କନ୍ୟା ବଳତ୍କାର |
ଜଗତସିଂହପୁର
ତା =28/7/23
ପାରାଦୀପ ଷଣ୍ଢକୁଦ ବସ୍ତି 17 ନମ୍ବର ୱାର୍ଡ ରେ ରେ ଘଟିଯାଇଛି ଏକ ଲଜ୍ଜା ଜନକ ଘଟଣା | ତିନିବର୍ଷ ର ଶିଶୁକନ୍ୟା କୁ ବଳାତ୍କାର | ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲ କୁ ରେଫର କରାଯାଇଛି | ପରିବାର ପକ୍ଷରୁ ଜଟାଧାର ମୁହାଣ ଥାନାରେ ଏତଲା ଦିଆଯାଇଛି | ପୋଲିସ ତରଫରୁ ସନ୍ଦେହ ରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଖବର ନେବାରେ ଜଣାଯାଇଛି ପାରାଦ୍ୱୀପ ଜଟାଧାରୀ ସାମୁଦ୍ରିକ ଥାନା 17 ୱାର୍ଡ ରେ ରହିଥିବା ଏକ ପରିବାର ଖାଇ ପିଇ ଶୋଇପଡ଼ିବା ପରେ ରାତିରେ ତିନିବର୍ଷ ର ଝିଅଟି ନିଖୋଜ ହୋଇ ଯାଇଥିଲା l ରାତି ତିନିଟା ପାଖାପାଖି ଝିଅ ଘରେ ନ ଥିବା ଦେଖି ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାକୁ ଆସୁଥିବା ସମୟରେ ଝିଅକୁ ଜଣେ ବୟସ୍କ ବ୍ୟକ୍ତି ରଖିଥିବା ଖବର ପାଇ ଝିଅକୁ ଆଣିବା ସମୟରେ ଝିଅ ର ରକ୍ତସ୍ରାବ ହେଉଥିବା ଦେଖି ପ୍ରଥମେ ଜଟାଧାର ସାମୁଦ୍ରିକ ଥାନାରେ ଅଭିଯୋଗ ଦେବା ସହିତ ଅଠରବାଙ୍କୀ ମେଡିକାଲ ରେ ଆସୁ ଚିକିତ୍ସା କରିବା ପରେ ଝିଅକୁ ଜଗତସିଂହପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି | ଅଭିଯୁକ୍ତ କିଏ ତାହା ଅସ୍ପଷ୍ଟ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




